ଜଳ ସେଚନ ବିଭାଗ, ବ୍ରହ୍ମପୁର, ଗଞ୍ଜାମ
ଜଳ ସମ୍ପଦ ବିଭାଗ ରାଜ୍ୟର ଜଳ ସମ୍ପଦର ଯୋଜନା ଉନ୍ନତୀକାରଣ, ବିନିଯୋଗ ଓ ପରିଚାଳନା ନିମନ୍ତେ ଅଧିକାରପ୍ରାପ୍ତ । ଏହି ବିଭାଗ ଜଳନୀତି ବ୍ୟବସ୍ଥିତ କରିବା ସହ ରାଜ୍ୟ ଜଳ ଯୋଜନା କରିବା ସଙ୍ଗେ ସଙ୍ଗେ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା, ପରିଚାଳନା ତଥା ରକ୍ଷଣାବେକ୍ଷଣ କରିଥାଏ, ତତ୍ ସହିତ ଭୂତଳ ଜଳସମ୍ପଦର ଅନ୍ଵେଷଣ ସହ ନିୟନ୍ତ୍ରଣ, ବନ୍ୟା ନିୟନ୍ତ୍ରଣ ତଥା ବନ୍ୟାଜଳ ନିଷ୍କାସନ, ଉନ୍ନୟନମୂଳକ କାର୍ଯ୍ୟ ନିର୍ବାହ, ଆଞ୍ଚଳିକ ଉନ୍ନତିମୂଳକ କାର୍ଯ୍ୟକଳାପ ଜଳର ଆବଣ୍ଟନ ଭଳି ବହୁବିଧ କାର୍ଯ୍ୟ କରିଥାଏ ।
ବ୍ରହ୍ମପୁର ଜଳସେଚନ ମଣ୍ଡଳ ଏହାର ବ୍ରାହମପୁରସ୍ଥ ଏକମାତ୍ର ମୁଖ୍ୟ କାର୍ଯ୍ୟାଳୟ ସହିତ ଦକ୍ଷିଣ ଜଳସେଚନ ମଣ୍ଡଳ ଅନ୍ତର୍ଗତ ବ୍ରହ୍ମପୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅଧିନସ୍ଥ ଅଟେ । ଏହି ମଣ୍ଡଳ, ଓଡିଶା ସରକାରଙ୍କ ଋଷିକୁଲ୍ୟା, ବଂଶଧାରା ଏବଂ ନାଗାବଳୀ ଅବବାହିକାର ପରିଚାଳକ ବ୍ରହ୍ମପୁରଙ୍କ ଅଧିନସ୍ଥ ଅଟେ ।ଏହି କାର୍ଯ୍ୟାଳୟ ବ୍ରହ୍ମପୁର କୋର୍ଟପେଟା ଅନ୍ତର୍ଗତ ସେଚ ସଦନରେ ଅବସ୍ଥିତ ।
ସାଙ୍ଗଠନିକ ସଂରଚନା
କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏହି କାର୍ଯ୍ୟାଳୟର ମୁଖ୍ୟ ଏବଂ ଏହି ମଣ୍ଡଳର ଦରମା ଆହରଣ ଏବଂ ବିତରଣ ମୁଖ୍ୟ ଅଟନ୍ତି । ଏହି ମଣ୍ଡଳର ସୁସ୍ଥ ପରିଚାଳନା ପାଇଁ ବିଭିନ୍ନ ଶାଖା ରହିଛି ଯଥା,
- ଆକଳନ ସଂଖ୍ୟା, ସହକାରୀ ଯନ୍ତ୍ରୀଙ୍କ ମୁଖ୍ୟ ପରିଚାଳନରେ ।
- ହିସାବ ରକ୍ଷଣ ଶାଖା, ବରିଷ୍ଠ ଜିଲ୍ଲା କୃଷି ଅଧିକାରୀଙ୍କ ପରିଚାଳନରେ ।
- ବ୍ୟବସ୍ଥାପକ ଶାଖା, ବରିଷ୍ଠ କିରାଣୀ ଏବଂ ଅର୍ଥ ବିଭାଗ ର କୋଷଧକ୍ଷଙ୍କ ପରିଚାଳନରେ ।
ବିଭିନ୍ନ କାର୍ଯ୍ୟକଳାପର ସୁପରିଚାଳନା ପାଇଁ ଏହି ମଣ୍ଡଳ ଅଧୀନରେ ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ 4ଟି ଉପବିଭାଗ ତିନିଜଣ ସହକାରୀ ଯନ୍ତ୍ରୀ କାର୍ଯ୍ୟରତ ଯଥା
- ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ରହ୍ମପୁର ଜଳସେଚନ ଉପବିଭାଗ, ବ୍ରହ୍ମପୁର ।
- ସହକାରୀ ଯନ୍ତ୍ରୀ, ହିଂଜିଳି ଜଳସେଚନ ଉପବିଭାଗ, ହିଞ୍ଜିଳିକଟୁ (ମୁଖ୍ୟ କାର୍ଯ୍ୟାଳୟ) ।
- ସହକାରୀ ଯନ୍ତ୍ରୀ, ଋଷିକୁଲ୍ୟା ଜଳସେଚନ ଉପବିଭାଗ, ହୁମ୍ମା (ମୁଖ୍ୟ କାର୍ଯ୍ୟାଳୟ) ।
- ସହକାରୀ ଯନ୍ତ୍ରୀ, ଧନେଇ ଜଳସେଚନ ଉପବିଭାଗ ଚିକିରିପଡ଼ା ଶାସନ ।
ଉପରୋକ୍ତ ଏହି ୪ ଗୋଟି ଉପବିଭାଗ ବ୍ୟତୀତ, ଗୋଟିଏ ଉପବିଭାଗ ଯାହା ଛେଳିଗଡ କେନାଲ ବିଭାଗ ଦିଗପହଣ୍ଡି, ବ୍ରହ୍ମପୁର ଜଳସେଚନ ବିଭାଗ ଅନ୍ତର୍ଗତ ଘଟକେଶ୍ଵର – ବହୁମୂଖୀ ପ୍ରକଳ୍ପର ପରିଚାଳନା ପାଇଁ ପୁନଃବିସାରିତ ଅଟେ ।
ବିଭାଗୀୟ କାର୍ଯ୍ୟକଳାପ :-
ଏହି ବିଭାଗ ଅନ୍ତର୍ଗତ ନିମ୍ନଲିଖିତ ମୁଖ୍ୟ ଏବଂ ମଧ୍ୟମ ଜଳସେଚନ ଗୁଡିକର କାର୍ଯ୍ୟକାରୀ ଏବଂ ପରିଚାଳନା ଏହି ବିଭାଗର ଅଧିକାରଭୁକ୍ତ ଅଟେ । ଏହି ସମ୍ପୂର୍ଣ ଜଳସେଚନ ପ୍ରକଳ୍ପର ବ୍ୟବସ୍ଥାୱରୀ ବିବରଣୀ ନିମ୍ନ ପ୍ରକାର ଅଟେ ।
- ଋଷିକୁଲ୍ୟା ଜଳସେଚନ ବ୍ୟବସ୍ଥା (ପ୍ରମୁଖ ଜଳସେଚନ ପ୍ରକଳ୍ପ ) ୪୧,୭୫୮ ହେ. (ମୋଟ ୬୦୧୨୨ ହେକ୍ଟରରୁ)
- ଜୟମଙ୍ଗଳ ଜଳସେଚନ ବ୍ୟବସ୍ଥା (ମଧ୍ୟମ ଜଳସେଚନ ପ୍ରକଳ୍ପ) ୭୩୪୮ ହେ.
- ହୀରାଧରବାଟୀ ଜଳସେଚନ ପ୍ରକଳ୍ପ (ମଧ୍ୟମ ଜଳସେଚନ ପ୍ରକଳ୍ପ) ୬୩୦୯ ହେ.
- ଧନେଇ ଜଳସେଚନ ପ୍ରକଳ୍ପ (ମଧ୍ୟମ ଜଳସେଚନ ପ୍ରକଳ୍ପ) ୪୫୦୮ ହେ.
- ବାଘୁଆ ଧନେଇ ଦୋଆବ ଜଳସେଚନ ପ୍ରକଳ୍ପ (ମଧ୍ୟମ ଜଳସେଚନ ପ୍ରକଳ୍ପ) ୧୮୯୦ ହେ.
ଉପରୋକ୍ତ ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ସହିତ ଏହି ବିଭାଗ ଋଷିକୁଲ୍ୟା ଘୋଡାହାଡ, ବାଘୁଆ, ଧନେଇ, ଖରଖରି, ଘଡକା ପ୍ରଭୁତି ଛୋଟବଡ ନଦୀର ବନ୍ୟାନିୟନ୍ତ୍ରଣ ତଥା ବନ୍ୟାରୋଧୀ ଆଡିବନ୍ଧର ରକ୍ଷଣାବେକ୍ଷଣ ନିମିତ୍ତ ନ୍ୟସ୍ତ ଅଟେ । ଏହି ଆଡିବନ୍ଧ ମାନଙ୍କର ଦୈର୍ଘ୍ୟ ୧୫୪.୧୯୬ କି.ମି ଓ ଚିଲିକା ହ୍ରଦର ଆଡିବନ୍ଧର ଦୈର୍ଘ୍ୟ ମୋଟ ୩୦ କି.ମି ।
ଆଡିବନ୍ଧର ଦୈର୍ଘ୍ୟ (କିଲୋମିଟରରେ)
ବିଭାଗର ନାମ : ବ୍ରହ୍ମପୁର ଜଳସେଚନ ବିଭାଗ – ଅନ୍ୟାନ୍ୟ କୃଷିଭିତ୍ତିକ ଆଡିବନ୍ଧ ୧୫୪.୧୯୬ କି.ମି
ଲୁଣା ଆଡିବନ୍ଧ ୩୦ କି.ମି ମୋଟ ୧୮୪.୧୯୬ କି.ମି
ଗତ ତିନି ବର୍ଷରେ ଆର୍ଥିକ ଅନୁଦାନ :
ବିଭାଗର ନାମ : ବ୍ରହ୍ମପୁର ଜଳସେଚନ ବିଭାଗ
ବର୍ଷୱାରୀ ଅନୁଦାନ ଟ. ଲକ୍ଷ୍ୟରେ
୨୦୦୭-୨୦୦୮ ୨୧୮.୨୧
୨୦୦୮-୨୦୦୯ ୩୨୭.୮୨
୨୦୦୯-୨୦୧୦ ୩୭୫.୧୫
ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକଳାପ
ଏହି ବିଭାଗର ନିୟନ୍ତ୍ରଣରେ ଥିବା ଅଞ୍ଚଳର ଆର୍ଥିକ ଅନୁଦାନ ଦ୍ଵାରା ବନ୍ୟା ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ :
- ଋଷିକୁଲ୍ୟା ନଦୀର ଚାନ୍ଦୁଲିଠାରୁ ପୁରୁଷୋତ୍ତମପୁର ପର୍ଯ୍ୟନ୍ତଆଡିବନ୍ଧ ଦୃଢୀକରଣ ।
- ଋଷିକୁଲ୍ୟ ନଦୀର ମହାଛାଇ, ପାଣ୍ଡିଆ, ପୁରୁଷୋତ୍ତମପୁର, ଆଛୁଲି, ବାଲିଆ ଏବଂ ଜଳେଶ୍ଵରଖଣ୍ଡି ନଦୀ ଉପକୂଳର ବନ୍ୟାଗ୍ରସ୍ତ ଆଡିବନ୍ଧର ଆଧୂନିକୀକରଣ ।
ଉପଲବ୍ଧି
କୃଷକମାନଙ୍କୁ ଉଚିତ ଜଳସେଚନ ଯୋଗାଇବା ନିମନ୍ତେ ଏହି ବିଭାଗ ଅଧୀନରେ ପ୍ରମୁଖ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଗୁଡିକର ସଫଳ ପରିଚାଳନା ଓ ରକ୍ଷଣାବେକ୍ଷଣା ।
ଅଭିଯୋଗ ଶୁଣାଣି
ସମସ୍ତ କାର୍ଯ୍ୟ ଦିବସରେ ଅପରାହ୍ନ ୪.୦୦ ରୁ ୫.୦୦ ମଧ୍ୟରେ
ମୁଖ୍ୟ କାର୍ଯ୍ୟାଳୟର ଠିକଣା
ନିର୍ବାହୀ ଯନ୍ତ୍ରୀ, ବ୍ରହ୍ମପୁର ଜଳସେଚନ ବିଭାଗ ।
ସ୍ଥାନ : କୋର୍ଟପେଟା, ପୋ : ଅ : ବ୍ରହ୍ମପୁର, ପିନ୍ – ୭୬୦୦୦୪
ଜିଲ୍ଲା : ଗଞ୍ଜାମ, ଓଡିଶା, ଭାରତ
ଦୁରାଭାଷ – ୦୬୮୦ – ୨୨୮୧୯୮୩
ଇ-ମେଲ – eebam – irr[at]yahoo.co.in
ସ୍ଵାସ୍ଥ୍ୟ ସମ୍ବନ୍ଧରେ କେତେକ ପି.ଡ଼ି.ଏଫ ଫାଇଲ
୨୨.୧୦.୨୦୨୨ ସୁଦ୍ଧା ଗଞ୍ଜାମ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବିଷୟରେ ସୂଚନା
ମଧ୍ୟମ ଜଳ ପ୍ରକଳ୍ପ ପାଣି ପଞ୍ଚାୟତ ସଂଖ୍ୟା, ନାମ ଏବଂ ଯୋଗଯାଗ ଠିକଣା ସହିତ ପି.ଡ଼ି.ଏଫ(୧୭.୫ KB)
ଋଷିକୁଲ୍ୟା ପ୍ରମୁଖ ଜଳ ପ୍ରକଳ୍ପ ପାଣି ପଞ୍ଚାୟତ ସଂଖ୍ୟା, ନାମ ଏବଂ ଯୋଗଯାଗ ଠିକଣା ସହିତ ପି.ଡ଼ି.ଏଫ(୧୬.୨ KB)