ବନ୍ଦ କରନ୍ତୁ

ଜିଲ୍ଲା ନଗର ଉନ୍ନୟନ ସଂସ୍ଥା

ସହରାଞ୍ଚଳରେ ଉନ୍ନତ ଭିତ୍ତିଭୂମି ପ୍ରତିଷ୍ଠାକୁ ସହଜ ଓ ସୁଗମ କରିବା ଏବଂ ଉନ୍ନତମାନର ଜୀବନ ଶୈଳୀକୁ ଆପଣେଇ ସହରାଞ୍ଚଳର ସମସ୍ତ ଜନସାଧାରଣଙ୍କ ମୌଳିକ ବିକାଶକୁ ଶୀର୍ଷରେ ପହଞ୍ଚାଇବା, ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ସଂସ୍ଥାର ମୂଳ ଲକ୍ଷ

ସଂସ୍ଥାର ଲକ୍ଷ ଓ ଯ଼ୋଜନା ଭିତ୍ତିକ କାର୍ଯ୍ୟାବଳୀର ସମ୍ୟକ ସୂଚନା ନିମ୍ନରେ ପ୍ରଦତ୍ତ କରାଗଲା :

  • ବିଭିନ୍ନ ଯୋଜନା ସମ୍ବନ୍ଧିତ ଉନ୍ନୟନ ମୂଳକ କାର୍ଯ୍ୟର ମାନ ନିର୍ଦ୍ଧାରଣ ସୁନିଶ୍ଚିତ କରଣ
  • ବିଭିନ୍ନ ନଗର ଉନ୍ନୟନ ଯୋଜନାର ମୂଲ୍ୟରାଶି ନଗର ପାଳିକା ସଂସ୍ଥାଗୁଡିକୁ ବଣ୍ଟନ
  • ସରହାଞ୍ଚଳରେ କାର୍ଯ୍ୟକାରି କରାଯାଉଥିବା ସମସ୍ତ ଉନ୍ନୟନ କାର୍ଯ୍ୟଗୁଡିକର ସଠିକ୍ ତଦାରଖ ଓ ପର୍ଯ୍ୟବେକ୍ଷଣ
  • ପ୍ରତିମାସରେ ଜିଲ୍ଲା ସ୍ତରୀୟ ବିବିଧ ନଗର ଉନ୍ନୟନ ଯୋଜନା ସମ୍ବନ୍ଧିତ କାର୍ଯ୍ୟଗୁଡିକର ନିୟମିତ ସମୀକ୍ଷା
  • ଜିଲ୍ଲା ପ୍ରଶାସନ, ନଗର ପାଳିକା, ଏବଂ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗସହ ସୁସମ୍ପର୍କ ସ୍ଥାପନ
  • ଜିଲ୍ଲାପାଳଙ୍କ ଦ୍ବାରା ସମସ୍ତ ଯୋଜନାର କାର୍ଯ୍ୟଗୁଡିକର ସାପ୍ତାହିକ ସମୀକ୍ଷା ସକାଶେ
  • କର୍ମସଂସ୍କୃତିରେ ଅଭିନବୀକରଣ / ନବୀକରଣ ମାଧ୍ୟମରେ ଯୋଜନା ଗୁଡିକର ରୂପାୟନ
  • ବିବିଧ ନଗର ଉନ୍ନୟନ ଯୋଜନାର ସୁଫଳ ହାସଲ କରିବା ସହ ପ୍ରଦତ୍ତ ଅନୁଦାନ ପାଣ୍ଠିର ସଠିକ୍ ବିନିଯୋଗର ସୁନିଶ୍ଚିତ କରଣ
  • • ଦକ୍ଷତା ବୃଦ୍ଧି ନିମନ୍ତେ ଜିଲ୍ଲାର ବିବିଧ ପ୍ରଶିକ୍ଷଣ କର୍ମଶାଳାର ଆୟୋଜନ

ଡୁଡା ଗଞ୍ଜାମ ଦ୍ଵାରା ପରିଚାଳିତ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ

1. ଆହାର

ଉଦ୍ଧେଶ୍ୟ

ଆହାର ଯୋଜନା ଦ୍ବାରା ଜନତାଙ୍କୁ ୫ଟଙ୍କା ଦରରେ ଖାଦ୍ୟ ଯୋଗାଣ

ଉପକାରିତା ଓ ଉପଲବ୍ଧି

  • ଗଞ୍ଜାମ ଜିଲ୍ଲାରେ ୨୩ଗୋଟି ଆହାର କେନ୍ଦ୍ର ଖୋଲାଯାଇଛି
  • ପ୍ରତିଦିନ ୮୨୦୦ଲୋକଙ୍କୁ ଗରମ ଖାଦ୍ୟ ଯୋଗାଯାଉଛି
  • ୧୧ଟି ସହରାଞ୍ଚଳରେ ନୂତନ ଆହାରକେନ୍ଦ୍ର ଘର ନିର୍ମାଣ ପାଇଁ ଯୋଜନା ବ୍ୟବସ୍ଥା କରାଯାଉଛି
  • ଆହାର କେନ୍ଦ୍ର ନିମନ୍ତେ ସ୍ବଚ୍ଛ ଓ ସୁସ୍ଥ ଭୋଜନଶାଳାର ବ୍ୟବସ୍ଥା କରାଯାଇଛି

2. ଉନ୍ନତି

ଉଦ୍ଧେଶ୍ୟ

ଉନ୍ନତି ଯୋଜନାଦ୍ବାରା ପୌରପାଳିକା ଗୁ଼ଡିକର ଭୌତିକ ବିକାଶର ଉନ୍ନତି କରଣ

ଉପକାରିତା ଓ ଉପଲବ୍ଧି

  • ୫୮କୋଟି ଟଙ୍କା ବ୍ୟୟରେ ନଗର, ଉନ୍ନତି ଭୌତିକ ବିକାଶ ନିମନ୍ତେ ୧୦୪୨ କାର୍ଯ୍ୟର ମଞ୍ଜୁରୀକରଣ ରାସ୍ତା, କୋଠା, ସାମାଜିକ କେନ୍ଦ୍ର, ନିଷ୍କାସନ ନାଳ ଇତ୍ୟାଦି ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଟେ
  • ୭୦୭ଟି ପ୍ରକଳ୍ପ ତା ୦୬/୧୦/୨୦୧୯ସୁଧା ସଂପୂର୍ଣ୍ଣ କରାଯାଇଅଛି
  • ୩୩୫ଟି ପ୍ରକଳ୍ପ ସଂପୂର୍ଣ୍ଣ ହେବାକୁ ଯାଉଛି
  • ଏହି ଯୋଜନାଦ୍ପାରା ସହରାଞ୍ଚଳର ୭୬୮୦୦୧ ସଂଖ୍ୟକ ଜନତା ଉପକୃତ ହୋଇପାରିଛନ୍ତି

3. ଏନ୍.ୟୁ.ଏଲ୍.ଏମ୍

ଉଦ୍ଧେଶ୍ୟ

ନାରୀ ସସକ୍ତିକରଣ

ଉପକାରିତା ଓ ଉପଲବ୍ଧି

  • ୨୦୪୭ଟି ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି
  • ବ୍ରହ୍ମପୁର ମହାନଗର ସଂସ୍ଥା ବ୍ୟତୀତ ୧୭ଟି ସହରାଞ୍ଚଳରେ Revolving ପାଣ୍ଠି ଦ୍ବାରା ୫୫୩ଟି ସ୍ବୟଂ ସହାୟକ ଗୋଷ୍ଠୀ ଉପକୃତ ହୋଇପାରିଛନ୍ତି
  • ୨୦୧ ସଂଖ୍ୟକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କ୍ଷୁଦ୍ର (ସ୍ବଳ୍ପ ମୂଳଧନ ବାଣିଜ୍ୟ) ପ୍ରାରମ୍ଭ ନିମନ୍ତେ ବ୍ୟାଙ୍କ ସହ ସଂଯୋଗ ସ୍ଥାପନ କରାଯାଇଛି
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀରୁ ୨୫୪ଜଣ ହିତାଧିକାରୀ SEP ଦ୍ବାରା ଉପକୃତ ହୋଇପାରିଛନ୍ତି
  • ୩୬ଟି ସ୍ବୟଂ ସହାୟକ ଗୋଷ୍ଠୀ ଦଳଗତ SEP ଦ୍ବାରା ସେମାନଙ୍କର ପରିଚାଳିତ କିମ୍ବା ନୂତନ/ପୂରାତନ ବାଣିଜ୍ୟ ଦ୍ବାରା ନିଜ ନିଜର ଆୟ ବୃଦ୍ଧି କରିପାରିଛନ୍ତି
  • ଚଳିତ ଆର୍ଥିକ ବର୍ଷରେ NULMର EST&P ଅର୍ଥପାଣ୍ଠିରେ ସାହି(ବୁଲା) ବିକାଳି ଏବଂ ଛୋଟ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକରେ ଆୟର ବୃଦ୍ଧି ନିମନ୍ତେ ବିବିଧ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ରୂପାୟନ କରାଯାଇଛି
  • ଗରିବ ବସ୍ତିବାସିନ୍ଦାଙ୍କୁ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଏହି ଅଧିନିୟମ ଏକ ଐତିହାସିକ ପଦକ୍ଷେପ

4. ଓଡିଶା ଭୂ-ଅଧିକାର ଅଧିନିୟମ ୨୦୧୭

ଉଦ୍ଧେଶ୍ୟ

ବସ୍ତିବାସୀନ୍ଦା ଭୂ-ଅଧିନିୟମ ୨୦୧୭ ଦ୍ବାରା ସହରାଞ୍ଚଳର ବସ୍ତି ଗୁଡିକରେ ବସବାସ କରୁଥିବା ଲୋକଙ୍କୁ ଭୂ-ଅଧିକାର ପ୍ରମାଣ ପତ୍ର ବଣ୍ଟନ

ଉପକାରିତା ଓ ଉପଲବ୍ଧି

  • ୧୭ଟି ସହରାଞ୍ଚଳରେ ରହିଥିବା ୭୭ଟି ବସ୍ତିରୁ ୨୨୧୦ ଜଣ ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଭୂ-ପ୍ରମାଣ ପତ୍ର ବଣ୍ଟନ କରାଗଲାଣି
  • ଗୃହ ସୁବିଧା ଯୋଗାଇ ଦେବା ପାଇଁ PMAY(U) ଯୋଜନାରେ ୧୫୯୦ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଛି
  • ବସ୍ତିଗୁଡିକର ପାରିପାର୍ଶିକ ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ କରି ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଛି

5. ସର୍ବଜନୀନ ଜଳ ଯୋଗାଣ

ଉଦ୍ଧେଶ୍ୟ

୨୦୧୯ ଡିସେମ୍ବର ସୁଦ୍ଧା ଗଞ୍ଜାମ ଜିଲ୍ଲାର ସମସ୍ତ ପୌର ପାଳିକାର ପ୍ରତିଗୃହକୁ ନଳପାଣି ସଂଯୋଗ ମାଧ୍ୟମରେ ସମସ୍ତ ଗୃହକୁ ପାନୀୟ ଜଳଯୋଗାଣ

ଉପକାରିତା ଓ ଉପଲବ୍ଧି

  • ୨୦୧୯ ଡିସେମ୍ବର ସୁଦ୍ଧା ଗଞ୍ଜାମ ଜିଲ୍ଲାର ସମସ୍ତ ପୌର ପାଳିକାର ପ୍ରତିଗୃହକୁ ନଳପାଣି ସଂଯୋଗ ମାଧ୍ୟମରେ ସମସ୍ତ ଗୃହକୁ ପାନୀୟ ଜଳଯୋଗାଣ
  • ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ୨୪୭ ୱାର୍ଡରେ ୩୧୩ଟି ଜଳଯୋଗାଣ ମେଳାର ଆୟୋଜନ କରାଯାଇଛି
  • ଆର୍ଥିକ ବର୍ଷ ୨୦୧୮-୧୯ରେ ଲୋକଙ୍କଠାରୁ ୧୬୩୬୪ଟି ଦରଖାସ୍ତ ଗ୍ରହଣ କରାଯାଇଥିବା ବେଳେ ୧୩୯୭୮ ଗୃହକୁ ପାନୀୟ ଜଳ ଯୋଗାଣ ସଂଯୋଗ କରାଯାଇଛି
  • ଗଞ୍ଜାମ ଜିଲ୍ଲାର ଜଳାଭାବ ଅଞ୍ଚଳ ଗୁଡିକ ନିମନ୍ତେ ନୂତନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭକରାଯାଇଛି
  • ଜଳ ଯୋଗାଣର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିମନ୍ତେ, ପ୍ରତି ୱାର୍ଡରେ ଜଳ ପର୍ଯବେକ୍ଷଣ କମିଟିମାନ ଗଠନ କରାଯାଇଛି

6. ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAY(U)

ଉଦ୍ଧେଶ୍ୟ

PMAY(U)ଜରିଆରେ ନଗରାଞ୍ଚଳର କଚାଘରେ ବାସକରୁଥିବା ଗରୀବ ଲୋକଙ୍କୁ ପକ୍କାଘର ଯୋଗାଇବା

ଉପକାରିତା ଓ ଉପଲବ୍ଧି

  • ସରକାରଙ୍କ ଦ୍ବାରା ୧୧୫୫୭ଟି ଗୃହ ଅନୁମୋଦନ କରାଯାଇଛି
  • ୪୦୦୦ଟି ଗୃହର ନିର୍ମାଣ ସଂପୂର୍ଣ୍ଣ ହୋଇସାରିଛି
  • ୬୦୦୦ଟି ଗୃହର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଶେଷ ପର୍ଯ୍ୟାୟରେ ରହିଛି
  • • ଅଙ୍ଗୀକାର ନାମକ ଏକ ଉକୃଷ୍ଟ ପ୍ରଚାର ମାଧ୍ୟମର ରୂପାୟନ କରାଯାଇ, ବିବିଧ ସରକାରୀ ଯୋଜନା ଏବଂ ସେଗୁଡିକର PMAY(U) ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବା ପାଇଁ ଜନସଚେତନତା ସୃଷ୍ଟି କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି

7. ସ୍ବଚ୍ଛ ଭାରତ ମିସନ୍ SBM(U)

ଉଦ୍ଧେଶ୍ୟ

ସହରାଞ୍ଚଳରେ ସ୍ବଚ୍ଛତା ମିସନକୁ ଆଗେଇ ନେବା ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ODFର ବିଭିନ୍ନ ସ୍ତରକୁ ପହଞ୍ଚାଇବା

ଉପକାରିତା ଓ ଉପଲବ୍ଧି

  • ୧୮ଟି ସହରାଞ୍ଚଳରେ ବାହ୍ୟ ମଳବିସର୍ଜନ ମୁକ୍ତ ଅଞ୍ଚଳ ରୂପେ ଘୋଷଣା କରାଯାଇଛି
  • ଜୌବ କ୍ଷୟବିହୀନ ବର୍ଯ୍ୟ ପ୍ରକ୍ରୀୟା କରଣ କରିବା ସମ୍ଭବ ଥିବା ସ୍ଥଳେ ବସ୍ତୁ ପୁନଃ ପ୍ରାପ୍ତି ସୁବିଧା (MRF) କେନ୍ଦ୍ର ସ୍ଥାପନର ବ୍ୟବସ୍ଥା ରହିଛି ı ୧୮ଟି ସହରାଞ୍ଚଳରେ ଏହି ପ୍ରଣାଳୀ ଆରମ୍ଭ କରାଗଲାଣି ଏବଂ ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି
  • ଯେଉଁ ନଗରାଞ୍ଚଳ ପରିସରରେ ବର୍ଜ୍ୟବସ୍ତୁକୁ ମୃତ୍ତିକା ଉପଯୋଗୀ ଓ ଜୈବ ଉର୍ବରକ ରୂପେ ପରିଣତ କରାଯାଇପାରିବ ସେଭଳି ୧୭ଟି ସହରାଞ୍ଚଳରେ ସୂକ୍ଷ୍ମ କମ୍ପୋଷ୍ଟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି
  • ମାନବ ବର୍ଜ୍ୟ ପ୍ରକ୍ରିୟା କରିଣ ଦ୍ବାରା ମୃତ୍ତିକା ଉପଯୋଗୀ ପଦାର୍ଥରେ ପରିଣତ କରିବା ଭଳି କଠିନ ଓ ତରଳ ମଳବର୍ଜ୍ୟ ପରିଚାଳନା କେନ୍ଦ୍ର ମହୂଡା, ବ୍ରହ୍ମପୁରଠାରେ ନିର୍ମାଣ କାରାଯାଇଅଛି ଗଞ୍ଜାମ ଜିଲ୍ଲାର ୪ଟି ସହରାଞ୍ଚଳକୁ ମଳ ବର୍ଜ୍ୟ ପ୍ରକ୍ରିୟାକରଣ ସହ ସଂଯୋଜିତ କରାଯାଇଛି ଅବଶିଷ୍ଟ ୧୩ଟି ସହରାଞ୍ଚଳର ଅତି ଶିଘ୍ର ନିଜ ନଗରାଞ୍ଚଳରେ ଏହି ପ୍ରକାର କେନ୍ଦ୍ର ସ୍ଥାପନ ନିମନ୍ତେ ପ୍ରସ୍ତୂତ ହୋଇରହିଛି

8. LED ଆଲୋକ ବ୍ୟବସ୍ଥା

ଉଦ୍ଧେଶ୍ୟ

LED ଆଲୋକ ବ୍ୟବସ୍ଥା ଜରିଆରେ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳର ପ୍ରତି ସାହିକୁ LED ଦ୍ବାରା ଆଲୋକି କରଣ

ଉପକାରିତା ଓ ଉପଲବ୍ଧି

  • ୧୭ଟି ସହରାଞ୍ଚଳରେ ୧୧୯୮୨ଟି LED ବତୀ ସଂଯୋଗ କରାଯାଇ ସମସ୍ତ ସାହିର ଆଲୋକି କରଣ କରାଯାଇଛି
  • ୧୭ଟି ସହରାଞ୍ଚଳରେ ଅସମ୍ପୂର୍ଣ୍ଣ କିମ୍ବା ସଂଯୋଗ ହୋଇନଥିବା ସାହିଗୁଡିକୁ ଆଲୋକି କରଣ ନିମନ୍ତେ ସର୍ବେକ୍ଷଣ କାର୍ଯ୍ୟ ସମ୍ପନ୍ନ କରାଯାଇଛି

9. ଉନ୍ନୟନ ମୂଳକ ଯୋଜନା

ଉଦ୍ଧେଶ୍ୟ

ମୌଳିକ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ଉନ୍ନୟନମୂଳକ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରାଯାଉଛି

ଉପକାରିତା ଓ ଉପଲବ୍ଧି

  • ମୌଳିକ ବିକାଶ ନିମନ୍ତେ ୧୫ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି
  • ସେଗୁଡିକ ୧୪ମ ଆର୍ଥିକ କମିସନ୍, ୧୩ୟ ଆର୍ଥିକ କମିସନ୍ (ଅଣ ଯୋଜନା) ଗ୍ରାମାଞ୍ଚଳ ଉନ୍ନୟନ ପାଣ୍ଠି, ବତ୍ତଳନ ପାଣ୍ଠି, ଏମ୍.ଭି.କର, R&B ପରିଚାଳନା, ନଗର ସମ୍ପଦ ସୃଷ୍ଟି, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହକ, ଅଣ-ଆବାସିକ କୋଠା ପରିଚାଳନା, କଠିନ ବର୍ଜ୍ୟ ପରିଚାଳନା, ୪ର୍ଥ SFC, ଜଳଉତ୍ସ ସଂରକ୍ଷଣ, ପ୍ରମୋଦ ଉଦ୍ୟାନ ଉନ୍ନତିକରଣ. ୧୪ FC R&B, କଲ୍ୟାଣ ମଣ୍ଡପ ନିର୍ମାଣ ଇତ୍ୟାଦି
  • ସହରାଞ୍ଚଳ ଗୁଡିକରେ ଉନ୍ନୟନ କରଣ ଉଦ୍ଦେଶ୍ୟରେ ୧୭ଟି ସହରାଞ୍ଚଳରେ ପ୍ରାୟ ୬୪୨ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯ଼ାଇଛି
  • ରାସ୍ତା, କୋଠାବାଡି, କୋଠାଘର, କଲ୍ୟାଣ ମଣ୍ଡପ, ପାର୍କ, ନିଷ୍କାସନ ନାଳ ଇତ୍ୟାଦି ଅନ୍ତର୍ଭୁକ୍ତ
  • ୬୪୨ଟି ପ୍ରକଳ୍ପ ମଧ୍ୟରୁ ୩୩୯ଟି ପ୍ରକଳ୍ପ କାର୍ଯ୍ୟ ପରିସମାପ୍ତି କରାଯାଇଛି
  • ଅଧିକ ସଂଖ୍ୟକ ପ୍ରକଳ୍ପର ନିର୍ମାଣ ନିମନ୍ତେ ଚିହ୍ନଟକରଣ ପ୍ରକ୍ରିୟା ଚାଲୁ ରଖାଯାଇଛି

10. ରାଜସ୍ବ ବୃଦ୍ଧି

ଉଦ୍ଧେଶ୍ୟ

ଓଡିଶା ସହରାଞ୍ଚଳର ଅଧିନିୟମ ଅନୁସାରେ ବିଭିନ୍ନ କର ଆଦାୟ ଓ ଆର୍ଥିକ ସ୍ବାବଲମ୍ବୀଶୀଳ

ଉପକାରିତା ଓ ଉପଲବ୍ଧି

  • ଗୃହକର, ବାଣିଜ୍ୟ କୋଠା, ଶୌଚାଳୟ, କଲ୍ୟାଣ ମଣ୍ଡପ, ଜଳବ୍ୟାଙ୍କ ଓ ଟାଉନ୍ ହଲ୍ ଇତ୍ୟାଦିର ଭଡା, ବାଣିଜ୍ୟ ଲାଇସେନ୍ସ୍, ବିଜ୍ଞାପନ, ଗାଡି ରଖିବା ସ୍ଥାନ ଓ କୋଠା ସ୍ଥାନ ଭଡା ଇତ୍ୟାଦି ଉପାୟରେ ସହରାଞ୍ଚଳ ଗୁଡିକ ଦ୍ବାରା ରାଜସ୍ବ ବୃଦ୍ଧି ନିମନ୍ତେ ବିବିତ ପଦକ୍ଷେପ ଗ୍ରହଣ କରାଯାଉଛି
  • ବର୍ତ୍ତମାନ ସୁଦ୍ଧା ଆର୍ଥିକ ବର୍ଷ ୨୦୧୯-୨୦ରେ ୧୭ଟି ସହରାଞ୍ଚଳ ଦ୍ବାରା ପ୍ରାୟ ୨୬୮କୋଟି ଟଙ୍କା ଆଦାୟ କରାଯାଇଛି
  • ସହରାଞ୍ଚଳ ଗୁଡିକର ନୂତନ କର ସଂସ୍କାରଣ ଦ୍ବାରା ରାଜସ୍ବ ବୃଦ୍ଧିର ପ୍ରଚେଷ୍ଟା କରାଯାଉଛି

11. ସାର୍ବଜନୀକ ସୁବିଧା

ଉଦ୍ଧେଶ୍ୟ

ସହରବାସୀଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ସାର୍ବଜନିକ ସମ୍ପଦ ସୃଷ୍ଟି

ଉପକାରିତା ଓ ଉପଲବ୍ଧି

  • କଲ୍ୟାଣ ମଣ୍ଡପ, ସ୍ମାର୍ଟ ପ୍ରମୋଦ ଉଦ୍ୟାନ, ଆଧୁନିକ ଜଳଉତ୍ସ, ଦୋକାନ ଗୃହ, ବସ୍ ଷ୍ଟାଣ୍ଡର ପାରିବାର୍ଶକ ଉନ୍ନତି କରଣ ନୂତନଭାବେ ନିର୍ମାଣ କରାଯାଉଛି
  • ୧୭ଟି ସହରାଞ୍ଚଳରେ ୨୬ଟି ପ୍ରମୋଦ ଉଦ୍ୟାନ ନିର୍ମାଣ କରାଯାଇଛି
  • ୧୪ଟି ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି ଏବଂ ଅନ୍ୟ କେତୋଟିର ନିର୍ମାଣ କାର୍ଯ୍ୟ ଚାଲୁ ରଖାଯାଇଛି
  • ୩୯ଟି କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି
  • ୩୭ ଟି ମାର୍କେଟ କମପ୍ଲେକ୍ସ ନିର୍ମାଣ କରାଯାଇଛି

ଡୂଡା ଅଫିସ ଠିକଣା

ଜିଲ୍ଲା ନଗର ଉନ୍ନୟନ ସଂସ୍ଥା, ଗଞ୍ଜାମ
ଛତ୍ରପୁର
ପିନ : ୭୬୧୦୨୦
ଇମେଲ- duda-ganjam[at]gov[dot]in
ଫୋନ:-୦୬୮୧୧-୨୬୩୯୪୭