ଜିଲ୍ଲା ମତ୍ସ୍ୟ ବିଭାଗ
ମତ୍ସ୍ୟ ବିଭାଗ, ଗଞ୍ଜାମ
ଜଳ ସମ୍ପଦ ପରିପୂର୍ଣ୍ଣ ଜିଲ୍ଲା ମଧ୍ୟରେ ଗଞ୍ଜାମ ଏକ ଅଗ୍ରଣୀ ଜିଲ୍ଲା I ଉପକୂଳ ଜିଲ୍ଲା ହୋଇଥିବାରୁ ଏଠାରେ ମଧୁର ଜଳ ସହିତ କ୍ଷାରୀ ଜଳ ଓ ସାମୁଦ୍ରିକ ମତ୍ସ୍ୟ ସମ୍ପଦ ଭରି ରହିଛି I ଜିଲ୍ଲାରେ ୧୧୫୮୦ ହେ. ମଧୁର ଜଳ ପୋଖରୀ, ୪୦୨୩.୦୪ ହେ. କ୍ଷାରୀ ଜଳ ପୋଖରୀ, ୫୦୭୩ ହେ. କ୍ଷୁଦ୍ର ଓ ମଧ୍ୟମ ଜଳଭଣ୍ଡାର ଓ ୬୦କି.ମି. ସୁଦୀର୍ଘ ସାମୁଦ୍ରିକ ଉପକୂଳ, ତାମ୍ପରା ଆଦି ରହିଛି I ଏଥି ସହିତ ଋଷିକୁଲ୍ୟା ଓ ବାହୁଦା ନଦୀ ଜିଲ୍ଲାରେ ପ୍ରବାହିତ I ଉକ୍ତ ଜଳ ଉତ୍ସରୁ ସମୁଦIୟ ୭୨୬୫୦.୭୭ ମେ.ଟନ ମାଛ, ୮୫୯.୧୩ ମେ.ଟନ ଚିଙ୍ଗୁଡି ଓ ୯୪.୧୮ ମେ.ଟନ କଙ୍କଡା ଉତ୍ପାଦିତ ହେଉଥିବା ବେଳେ, ୧୦୦୬.୮୪ ମେ.ଟନ ଅନ୍ୟ ଜିଲ୍ଲା ଓ ବାହାର ରାଜ୍ୟକୁ ରପ୍ତାନି କରାଯାଇ ପାରୁଛି।
ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ମତ୍ସ୍ୟ ସମ୍ପଦର ସାମୂହିକ ବିକାଶ କ୍ଷେତ୍ରରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ସମବାୟ ସମିତି ନିରିକ୍ଷକ ଜିଲ୍ଲା ସ୍ତରରେ ସହଯୋଗ କରୁଥିବା ସ୍ଥଳେ ବ୍ଲକ ସ୍ତରରେ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ସ୍ଥଳ ବିଶେଷରେ ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସହଯୋଗ କରିଥାନ୍ତି ।
ଏତତ ବ୍ୟତିତ ତିନୋଟି ସାମୁଦ୍ରିକ ସଂପ୍ରସାରଣ କେନ୍ଦ୍ର ଗୁଡିକରେ ଅବସ୍ଥାପିତ ସହକାରୀ ମତ୍ସ୍ୟ ଅଧିକାରୀମାନେ, ସମୁଦ୍ରରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନଙ୍କର ଉନ୍ନତି ନିମନ୍ତେ ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ, ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ), ଗଞ୍ଜାମଙ୍କୁ ସହଯୋଗ କରିଥାନ୍ତି ।
ମତ୍ସ୍ୟ ବିଭାଗର ପ୍ରଭୂଦ ଲକ୍ଷ୍ୟ :
ମତ୍ସ୍ୟ ସମ୍ପଦର ପ୍ରଭୂଦ ବିକାଶ ନିମନ୍ତେ “ଓଡିଶା ମତ୍ସ୍ୟ ନୀତି” କାର୍ଯ୍ୟକାରୀ କରାଯାଉଛି I ବୈଷୟିକ ବିନିଯୋଗ ଦ୍ଵାରା, ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ଆର୍ଥିକ ତଥା ସାମାଜିକ ପ୍ରଗତି ସହିତ, ମତ୍ସ୍ୟ ଉତ୍ପାଦନର ଦୁଇ ଗୁଣା ବୃଦ୍ଧି ଓ ମତ୍ସ୍ୟ ଚାଷରେ ଆତ୍ମ ନିଯୁକ୍ତି ଏହାର ମୂଳ ଲକ୍ଷ୍ୟ I