ବନ୍ଦ କରନ୍ତୁ

ଇତିହାସ

ଗଞ୍ଜାମ ଶବ୍ଦ ଗଞ୍ଜ -ଇ – ଆମ୍ ରୁ ନିଷ୍ପନ୍ନ ଯାହାର ଅର୍ଥ ପୃଥିବୀର ଶସ୍ୟ ଭଣ୍ଡାର ବା ଖମାର, ଆହୁରି ପ୍ରମାଣ ମିଳେ ଯେ, ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ୟୁରୋପୀୟ ଦୁର୍ଗ ତଥା ଗଞ୍ଜାମ ନାମକ କ୍ଷୁଦ୍ର ସହର ଯାହା ଗଞ୍ଜାମ ଜିଲ୍ଲାର ରାଜଧାନୀ ଥିଲା ।
ଜଉଗଡ଼, ଗଞ୍ଜାମ

ଜଉଗଡ଼, ଗଞ୍ଜାମ

ମହାରାଜା ଅଶୋକଙ୍କ ପ୍ରାଚୀନ ଅନୁଶାସନ ଏବଂ ଶିଳାଲିପି ସ୍ପଷ୍ଟ ସୂଚିତ କରେ ଯେ, ଗଞ୍ଜାମ କଳିଙ୍ଗ ସାମ୍ରାଜ୍ୟର ଅଂଶବିଶେଷ ଯାହା କି ପରବର୍ତ୍ତୀ କାଳରେ ଅଶୋକଙ୍କ ଶାସନାଧୀନ ହୋଇଥିଲା । ସେ ଯାହା ହେଉ ମୌର୍ଯ୍ୟ ଶାସନର ଶେଷରେ ମୌର୍ଯ୍ୟ ଶାସକଙ୍କ ଶକ୍ତି ହ୍ରାସ ପରେ ଗଞ୍ଜାମ ଅଞ୍ଚଳ ମଧ୍ୟ ଓଡ଼ିଶାର ପୃଷ୍ଠ ଭୂମିରୁ ଅଦୃଶ୍ୟ ହୋଇଯାଇଥିଲା ଏବଂ ୧୭୬୧ ପର୍ଯ୍ୟନ୍ତ ଅନ୍ଧକାରାଚ୍ଛନ୍ନ ତଥା ବିସ୍ମୃତ ହୋଇଯାଇଥିଲା ଏବଂ ଫରାସୀ ସେନାପତି ବୁସିଙ୍କ ଅନୁସାରେ ଚିହ୍ନିତ ହୋଇଥିଲା । ତେବେ ଯେତେବେଳେ ଫରାସୀମାନଙ୍କ ଆଗମନ ହେଲା, ସେତେବେଳେ ଗଞ୍ଜାମ ଜିଲ୍ଲା ବିଭିନ୍ନ ଅଂଶରେ ବିଭକ୍ତ ହୋଇଗଲା ।
ମାତ୍ର ଫରାସୀମାନେ ଦୀର୍ଘଦିନ ପର୍ଯ୍ୟନ୍ତ ଗଞ୍ଜାମ ଶାସନର ମଙ୍ଗ ଧରିବାକୁ ନିୟତ ନ ଥିଲେ । ଖୁବ୍ ଶୀଘ୍ର ଇଂରେଜମାନେ ଫରାସୀମାନଙ୍କୁ ୧୭୫୯ ରେ ଆକ୍ରମଣ କଲାପରେ ଏବଂ ୧୭୯୪ ଖ୍ରୀଷ୍ଟବ୍ଦରେ ସେମାନଙ୍କ ଉପରେ ବିଜୟ ଲାଭ କଲା ପରେ ଗଞ୍ଜାମରେ ଜିଲ୍ଲା ପ୍ରଶାସନ ପ୍ରତିଷ୍ଠା କରି ନିଜର ସାମ୍ରାଜ୍ୟବାଦ ପ୍ରତିଷ୍ଠା କରିଥିଲେ ।

ବିଶ୍ଵନାଥ ଦାସ

ବିଶ୍ଵନାଥ ଦାସ

ଗଞ୍ଜାମ ଜିଲ୍ଲାର ଐତିହାସିକ ଦସ୍ତାବିଜରୁ ଏହା ସ୍ପଷ୍ଟ ପରିଲକ୍ଷିତ ହୁଏ ଯେ, ଗଞ୍ଜାମ ଜିଲ୍ଲାର ସଦର ମହକୁମା ବହୁ ପରିବର୍ତ୍ତନ ଦେଇ ଗତିକରିଛି ଏବଂ ବାରମ୍ବାର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛି । ୧୮୫୫ ଖ୍ରୀଷ୍ଟାବ୍ଦରେ ଗଞ୍ଜାମର ସଦରମହକୁମା (ରାଜଧାନୀ) ରେ ଏକ ମହାମାରୀର ଉଦ୍ଗମନ ଦ୍ଵାରା ଏହି ରାଜଧାନୀ ପରିତ୍ୟକ୍ତ ହୋଇଥିଲା । ଏହି ମହାମାରୀ ଏତେ ଭୟଙ୍କର ଥିଲା ଯେ, ଏଥିରେ ସହରର ଜନସଂଖ୍ୟା ଅଶି ପ୍ରତିଶତ ସଙ୍କୁଚିତ ହୋଇଯାଇଥିଲା । ପରେ ଏହା ସାମୟିକ ଭାବେ ଗୋପାଳପୁର କୁ ସ୍ଥାନାନ୍ତରିତ ହୋଇଥିଲା । ତା’ ପରେ ବ୍ରହ୍ମପୁର ଏବଂ ଶେଷରେ ପାଖାପାଖି ୧୯୦୨ ଖ୍ରୀଷ୍ଟାବ୍ଦ ବେଳକୁ ଛତ୍ରପୁର ଠାରେ ସ୍ଥାପିତ ହୋଇଥିଲା । ଗଞ୍ଜାମ ଜିଲ୍ଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା । ତେବେ ଏହା ମାଡ୍ରାସ ସହର ଠାରୁ ବହୁତ ଦୂରରେ ଥିବା ଯୋଗୁଁ ବ୍ରିଟିଶ୍ ଶାସକମାନେ ଜିଲ୍ଲାର ପ୍ରଶାସନିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିପାରୁନଥିଲେ । ତେଣୁ ସେମାନେ ୧୯୩୬ ରେ ଓଡିଶା ଏକତ୍ରୀକରଣ ବେଳେ ଏହାକୁ ଓଡିଶା ପ୍ରଦେଶରେ ମିଶାଇ ଦେଇଥିଲେ ।

ଭି. ଭି. ଗିରି, ବିଶ୍ଵନାଥ ଦାଶ, ବିନାୟକ ଆଚାର୍ଯ୍ୟ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଶଶୀ ଭୂଷଣ ରଥ, କବିସୂର୍ଯ୍ୟ ବଳଦେବ ରଥ, କଳିଙ୍ଗ ବୀର ବିଜୁ ପଟ୍ଟନାୟକ, ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଚକରା ବିଷୋୟୀ ଏବଂ ପଦ୍ମଶ୍ରୀ ଭଗବାନ ସାହୁ ଭଳି ଓଡିଶାର ବରପୁତ୍ରମାନେ ଗଞ୍ଜାମରେ ଜନ୍ମ ନେଇଛନ୍ତି ।

ଗଞ୍ଜାମ ଜିଲ୍ଲା ବହୁ ଐତିହାସିକ ଘଟଣାକ୍ରମ ତଥା କୀର୍ତ୍ତୀସ୍ତମ୍ଭର ମୁକସାକ୍ଷୀ । ଋଷିକୁଲ୍ୟା ନଦୀର ଉପତ୍ୟକାସ୍ଥ ସଭ୍ୟତାରେ ଅବସ୍ଥିତ ଜଉଗଡ ଦୁର୍ଗ ଐତିହାସିକ କୀର୍ତ୍ତିରାଜ ବହନକରି ଅଦ୍ୟାବଧି ଦଣ୍ଡାୟମାନ । ଆଠଗଡ ପାଟଣା ପ୍ରସିଦ୍ଧ ଓଡିଆ କବି କବିସୂର୍ଯ୍ୟ ବଳଦେବ ରଥ ଏବଂ କବି ଯଦୁମଣି ମହାପାତ୍ରଙ୍କ ଜନ୍ମସ୍ଥାନ ଅଟେ ।

ପ୍ରାଚୀନ ଗଞ୍ଜାମ :

ଗଞ୍ଜାମ ଅଞ୍ଚଳ ପ୍ରାଚୀନ କଳିଙ୍ଗ ସାମ୍ରାଜ୍ୟର ଅଂଶବିଶେଷ ଥିଲା ଯାହା କି ଖ୍ରୀଷ୍ଟପୂର୍ବ ୨୬୧ ରେ ଅଶୋକଙ୍କ ଶାସନାଧୀନ ହୋଇଥିଲା । ଏହି ସମୟ ମଧ୍ୟରେ ଏହା ନୌପଥ ଭାବେ ଦକ୍ଷିଣ ପୂର୍ବକୁ ସଂଯୋଗ କରୁଥିଲା । ଏହାର ଯୁଥ ଯୁଥ କୃଷ୍ଣ–ଗଜପଲ ଅଶୋକଙ୍କୁ କଳିଙ୍ଗ ଆକ୍ରମଣ ପାଇଁ ଲାଳାୟିତ କରିଥିଲା ।

ମଧ୍ୟଯୁଗୀୟ ଗଞ୍ଜାମ :

ଋଷିକୁଲ୍ୟା ନଦୀର ଉତ୍ତର ତୀରରେ ଥିବା ୟୁରପୀୟ ଦୁର୍ଗ “ ଗଞ୍ଜାମ ” ନାମକ କ୍ଷୁଦ୍ର ସହରର ନାମରୁ ଗଞ୍ଜାମ ଜିଲ୍ଲା ନାମିତ ହୋଇଛି ଯାହା କି ଗଞ୍ଜାମର ରାଜଧାନୀ ଥିଲା । ୧୭୫୭ ରେ ଫରାସୀ ସେନାପତି “ ଜେନେରାଲ ବୁସି ” ଗଞ୍ଜାମ ପର୍ଯ୍ୟନ୍ତ ମାଡି ଆସିଥିଲେ ଏବଂ ଆସିବା ପରେ ଦେଖିଲେ ଯେ, ଏହା ସାମନ୍ତ ମାନଙ୍କ ବା କରଜ ରାଜାଙ୍କ ପରସ୍ପର ସଂଘର୍ଷମୟ ସ୍ଥଳ । ତେବେ ଇଂରେଜମାନେ ୧୭୫୯ ଖ୍ରୀଷ୍ଟାବ୍ଦରେ ଫରାସୀମାନଙ୍କୁ ପରାସ୍ତ କରିଥିଲେ ଏବଂ ଗଞ୍ଜାମ କୁ ନିଜ ସାମ୍ରାଜ୍ୟାଧୀନ କରିଥିଲେ ।

ଆଧୁନିକ ଗଞ୍ଜାମ :

ଆଧୁନିକ ଗଞ୍ଜାମ ଜିଲ୍ଲା ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଗତ ୱାଇଜାଗ୍ ଜିଲ୍ଲାରୁ ନିଷ୍କୃତ ଯାହା ତ। ୩୧.୦୩.୧୯୩୬ ରିଖରେ ଏହି ସ୍ଥିତିକୁ ଆସିଛି । ତ। ୦୧.୦୪.୧୯୩୬ ରିଖ ଠାରୁ ମାଡ୍ରାସ ପ୍ରେସିଡେନ୍ସି ଠାରୁ ପୃଥକ ହୋଇ ନୂତନ ରୂପେ ଗଠିତ ଓଡିଶା ପ୍ରଦେଶର ଏକ ଅଂଶବିଶେଷ ହୋଇପାରିଛି । ଏହି ନବନଗଠିତ ଜିଲ୍ଲା ସମ୍ପୂର୍ଣ୍ଣ ଘୁମୁସର, ଛତ୍ରପୁର, ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତଥା ପୂର୍ବତନ ବ୍ରହ୍ମପୁର ତାଲୁକା, ପୂର୍ବତନ ଇଚ୍ଛାପୁର ତାଲୁକା, ପାରଳାଖେମୁଣ୍ଡି ସମତଳ ଅଞ୍ଚଳ ଏବଂ ପୂର୍ବତନ ଚିକାଗୋଲା ଉପଖଣ୍ଡ ଅନ୍ତର୍ଗତ ପାରଳାଖେମୁଣ୍ଡି ମାଳଅଞ୍ଚଳର ଅନ୍ତର୍ଗତ ଅଟେ ।

ସଦ୍ୟତନ ଗଞ୍ଜାମ :

୧୯୯୨ ଖ୍ରୀଷ୍ଟାବ୍ଦରେ ଓଡିଶା ସରକାର ଙ୍କ ଜିଲ୍ଲା ପୁନର୍ଗଠନ ପରେ ପାରଳାଖେମୁଣ୍ଡିର ସାତ ଗୋଟି ପଞ୍ଚାୟତ ସମିତି ଏଥିରୁ ଅଲଗା ହୋଇଯିବା ପରେ ମୋଟ ୩ ଟି ଉପଖଣ୍ଡ, ୨୨ ଟି ପଞ୍ଚାୟତ ସମିତି ଏବଂ ୧୮ ଟି ସହରାଞ୍ଚଳକୁ ନେଇ ଗଞ୍ଜାମ ଜିଲ୍ଲା ଗଠିତ ।