ବନ୍ଦ କରନ୍ତୁ

ପ୍ରଶାସନିକ ସେଟଅପ୍

ଓଡିଶା ର ୩୦ ଟି ଜିଲ୍ଳା ମଧ୍ୟରୁ ଗଞ୍ଜାମ ଏକ ପ୍ରମୁଖ ଜିଲ୍ଳା ଅଟେ । ଏହାର ସଦର ମହକୁମା ଛତ୍ରପୁର ଅଟେ । ଏହାର ମୁଖ୍ୟ ସହର ବ୍ରହ୍ମପୁର  ଅଟେ ।  ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ  ଜିଲ୍ଲା ର  ପ୍ରଶାସନିକ ମୁଖ୍ୟ ଅଟନ୍ତି ।ଏହି ଜିଲ୍ଳା ରେ ୩୨୧୨ ଗ୍ରାମ , ୫୦୩ ଗ୍ରାମ ପଞ୍ଚାଯତ , ୨୨ ବ୍ଲକ , ୨୩ ତହସିଲ  ଅବସ୍ଥିତ ଅଟେ ।  ଗଞ୍ଜାମ  ରାଜସ୍ଵ  ଜିଲ୍ଳା  ୨ ଟି  ପୋଲିସ ଜିଲ୍ଳା ରେ ବିଭକ୍ତ  ହୋଇଛି ।  ମୋଟ  ୩୫ ଟି ପୋଲିସ ଷ୍ଟେସନ୍  ଅବସ୍ଥିତ । ଉତ୍ତମ ପ୍ରଶାସନ ନିମନ୍ତେ, ବ୍ରହ୍ମପୁର ଠାରେ ଏକ ରାଜସ୍ୱ ଉପପ୍ରଭାଗ ଆୟୁକ୍ତ (ଆର.ଡି.ସି) କାର୍ଯ୍ୟକାରି କରୁଅଛି। ତାଙ୍କର କାର୍ଯ୍ୟାଳୟ ଦକ୍ଷିଣାଞ୍ଚଳ ଆରଡିସି କେନ୍ଦ୍ର ନାମ ରେ ନାମିତ। ଉତ୍ତମ ଆଇନସେବା ନିମନ୍ତେ ଡିଆଇଜି ଙ୍କ ଅଧୀନ ରେ ବ୍ରହ୍ମପୁର ଠାରୁ ଏକ ପୋଲିସ ରେଞ୍ଜ କାର୍ଯ୍ୟକାରି କରୁଅଛି।

ଜିଲ୍ଲା ର ପ୍ରଶାସନିକ ବ୍ୟବସ୍ଥା
ବର୍ଣ୍ଣନା ସଂଖ୍ୟା
ଉପଖଣ୍ଡ ସଂଖ୍ୟା :
ତହସିଲ ସଂଖ୍ୟା : ୨୩
ପୌରନିଗମ / ପୌରପାଳିକା :
ବିଜ୍ଞାପିତ ଅଞ୍ଚଳ ପରିଷଦ : ୧୬
ବ୍ଲକ୍ ସଂଖ୍ୟା : ୨୨
ପୁଲିସ ଷ୍ଟେସନ୍ ସଂଖ୍ୟା : ୩୫
ଗ୍ରାମ ପଞ୍ଚାୟତ ସଂଖ୍ୟା : ୫୦୩
ଅଦ୍ଧୁସିତ ଗ୍ରାମ ସଂଖ୍ୟା : ୨୮୩୮
ଜନବିରଳ ଗ୍ରାମ ସଂଖ୍ୟା : ୪୧୨
ମୋଟ ଗ୍ରାମ ସଂଖ୍ୟା : ୩୨୫୦