ବନ୍ଦ କରନ୍ତୁ

ଶିକ୍ଷା

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଗଞ୍ଜାମ , ବ୍ରହ୍ମପୁର ।

ତା ୦୫.୦୭.୧୯୪୭ ରିଖରେ ଅବିଭକ୍ତ ଗଞ୍ଜାମ ଓ ଫୁଲବାଣୀ ରାଜସ୍ୱ ଜିଲ୍ଲାକୁ ନେଇ ଗଠିତ ଗଞ୍ଜାମ ଶିକ୍ଷା ମଣ୍ଡଳର ବିଦ୍ୟାଳୟ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓଡିଶାର ସର୍ବବୃହତ୍ ଶିକ୍ଷାମଣ୍ଡଳ, କାଳକ୍ରମେ ୧୯୭୫ ରେ ଫୁଲବାଣୀ ଗଞ୍ଜାମ ଶିକ୍ଷାମଣ୍ଡଳରୁ ବିଚ୍ଛିନ୍ନ ହୋଇଥିଲା, ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞାପ୍ତି ସଂଖ୍ୟା – IV ଏସ. ଏମ. ଇ (I) -୩୩/୨୦୧୨ ତା ୩୦.୦୫.୨୦୧୨ ପ୍ରକାରେ ଗଞ୍ଜାମ ଶିକ୍ଷାମଣ୍ଡଳ ଗଞ୍ଜାମ ଓ ଗଜପତି ଶିକ୍ଷାମଣ୍ଡଳରେ ବିଭାଜିତ ହୋଇଥିଲା ।

ଉଦ୍ଦେଶ୍ୟ :

  1. ଜିଲ୍ଲାର ମାଧ୍ୟମିକ ସ୍ତରୀୟ ଶିକ୍ଷଣ ଓ ପ୍ରଶାସନିକ ବିକାଶ ପାଇଁ ଯତ୍ନଶୀଳ ହେବା ।
  2. ଗଣିତ,ବିଜ୍ଞାନ, ଇଂରେଜୀ, ମାତୃଭାଷା,ସାମାଜିକ ବିଜ୍ଞାନ ଏବଂ ଶାସ୍ତ୍ରୀୟ ଭାଷା ଭଳି ବିଷୟ ଗୁଡିକର ଭିତିଭୂମିର ବିକାଶ ସାଧନ କରିବା ।
  3. ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଭବିଷ୍ୟତ ଗଠନ କରିବା ଦିଗରେ ବିଭିନ୍ନ ବିଷୟରେ ରହସ୍ୟ ଉନ୍ମୋଚନ, ପଥ ପ୍ରଦର୍ଶନ ଏବଂ ପରାମର୍ଶ ପ୍ରଦାନ କରିବା ।
  4. ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଗଠନ ଦିଗରେ ମାଧ୍ୟମିକ ଶିକ୍ଷାସ୍ତରରେ ମୌଳିକ ଦକ୍ଷତା ପ୍ରଦାନ କରିବା ।
  5. ବିଦ୍ୟାଳୟ ମାନଙ୍କରେ ଶିକ୍ଷଣ, ସହ –ଶିକ୍ଷଣ ଏବଂ ଅନ୍ୟାନ୍ୟ ଶିକ୍ଷଣ ଦିଗରେ ଉନ୍ନତିକୁ ତଦାରଖ କରିବା ।

କାର୍ଯ୍ୟକଳାପ:

  1. ଏଗାର ବର୍ଷରୁ ୧୬ ବର୍ଷ ବୟସ ଅନ୍ତର୍ଗତ ଶିକ୍ଷାର୍ଥୀ ବର୍ଗଙ୍କ ମଧ୍ୟରେ ଲିଙ୍ଗଗତ ସାମ୍ୟତା ଏବଂ ନ୍ୟାୟ ପ୍ରଦାନ ପୂର୍ବକ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିଶ୍ଚିତ କରାଇବା ।
  2. ସ୍ୱାସ୍ଥ୍ୟ ଓ ପରିମଳ ,ଖେଳ ଓ କ୍ରିଡ଼ା ପ୍ରତିଯୋଗିତା ର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ।
  3. ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ; ରଚନା ,ତର୍କ ଓ କୁଇଜ ଦ୍ଵାରା ମାନସିକ ଦକ୍ଷତାର ବିକାଶ ଘଟାଇବା ।
  4. ଯୋଗ, ପ୍ରାଣାୟମ ଓ ସହ ଶୈକ୍ଷିକ କାର୍ଯ୍ୟକ୍ରମ ଦ୍ଵାରା ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ନୈତିକ ଶିକ୍ଷାର ଉନ୍ନତି ସାଧନ କରିବା ।
  5. ମାଧ୍ୟମିକ ସ୍ତରରେ ଶିକ୍ଷାର୍ଥୀଙ୍କ ବୈଜ୍ଞାନିକ ମନୋବୃତ୍ତି ବୃଦ୍ଧି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିଜ୍ଞାନ ମେଳା,ପ୍ରଦର୍ଶନୀ,ବିଜ୍ଞାନ ନାଟକର ଆୟୋଜନ କରିବା
  6. ସ୍କାଉଟ୍ ଗାଇଡ଼୍ ,ଜୁନିୟର ରେଡ଼୍ କ୍ରସ, ଜାତୀୟ ସମରଶିକ୍ଷାର୍ଥୀ ବାହିନୀ ଇତ୍ୟାଦି ଦ୍ଵାରା ଭବିଷ୍ୟତ ନାଗରିକ ମାନଙ୍କ ମନରେ ଦେଶ ସେବା ମନୋବୃତ୍ତି ସୃଷ୍ଟି କରିବା ।
  7. ମାଟ୍ରିକ ପରୀକ୍ଷାରେ ଉତ୍ତମ ଶିକ୍ଷାର୍ଥୀଙ୍କ ଉପଲବ୍ଧତା ବୃଦ୍ଧି ପାଇଁ ଫୋକସ କାର୍ଯ୍ୟକ୍ରମ କରିବା ।
  8. କୈଶୋର ଶିକ୍ଷା ,ଟ୍ରାଫିକ ନିୟମ ସ୍ୱାସ୍ଥ୍ୟ ଏବଂ ପ୍ରାଥମିକ ଚିକିତ୍ସା ଉପରେ ଅଭିମୁଖୀକରଣ କାର୍ଯ୍ୟକ୍ରମ ।
  9. ସବୁଜ ବାହିନୀ ସମ୍ମିଳନୀ (ଇକୋ କ୍ଲବ) ଜରିଆରେ ପରିବେଶ ସମ୍ବନ୍ଧୀୟ ସଚେତନା ସୃଷ୍ଟି କରିବା ।
  10. ଆମର ପରମ୍ପରା,ଐତିହ୍ୟ, ପ୍ରଥା ଓ ସଂସ୍କୃତି ଜ୍ଞାନ ଶିକ୍ଷାର୍ଥୀ ମାନଙ୍କ ମନରେ ଅନ୍ତର୍ନିବେଶ କରାଇବା ।

ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ କାର୍ଯ୍ୟକଳାପ:

  1. ୧୭ ଟି ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ବିଶିଷ୍ଟ ପଞ୍ଚାୟତ ସମିତିରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ।
  2. ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ମଧ୍ୟ ଇଂରେଜୀ ବିଦ୍ୟାଳୟକୁ ଊଚ୍ଚ ବିଦ୍ୟାଳୟକୁ ଉନ୍ନତି କରଣ ।
  3. ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି (ସାମର୍ଥ୍ୟ) ।
  4. ବିଦ୍ୟାଳୟ ପରିଚାଳନ ଏବଂ ଉନ୍ନତିକରଣ କମିଟି ।
  5. ବିଭିନ୍ନ ପ୍ରୋତ୍ସାହନ ତଥା ବୃତ୍ତି ମାଧ୍ୟମରେ ବାଳିକା ଶିକ୍ଷାକୁ ପ୍ରେରଣା ପ୍ରଧାନ ।

ଆଧାରିତ ସୂଚନ।:

  • ପ୍ରାଥମିକ ବିଦ୍ୟାଳୟ : ୨୩୧୫
  • ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ୧୩୨୨
  • ଉଚ୍ଚ ବିଦ୍ୟାଳୟ : ୬୭୧
  • ମହା ବିଦ୍ୟାଳୟ : ୧୧୭

ସ୍ଵତନ୍ତ୍ର ବିଦ୍ୟାଳୟର ନାମ :

  1. ହେଲେନ କେଲେର ରେଡ଼୍ କ୍ରସ ବିଦ୍ୟାଳୟ (ଶ୍ରବଣ ବାଧିତ ଶିକ୍ଷାର୍ଥୀଙ୍କ ପାଇଁ ), ଆମ୍ବପୁଆ,ବ୍ରହ୍ମପୁର.
  2. ଦୃଷ୍ଟି ଶକ୍ତି ବାଧିତଙ୍କ ପାଇଁ ରେଡ଼୍ କ୍ରସ ବିଦ୍ୟାଳୟ, ଆମ୍ବପୁଆ,ବ୍ରହ୍ମପୁର.

ବୃତ୍ତି ଯୋଜନ।:

  1. ଜାତୀୟ ମାଧ୍ୟମ ମେଧାବୃତ୍ତି (ଏନ୍. ଏମ୍. ଏମ୍. ଏସ୍)
  2. ପଠାଣି ସାମନ୍ତ ଗଣିତ ମେଧାବୃତ୍ତି

ଅଭିଯୋଗ ଶୁଣାଣି :

ପ୍ରତି ମାସର ଦ୍ଵିତୀୟ ଏବଂ ଚତୁର୍ଥ ବୁଧବାର ଅଭିଯୋଗ ପ୍ରତିବିଧାନ କର୍ତ୍ତୃପକ୍ଷଙ୍କ ଦୁରଭାଷ ନଂ-୭୭୩୫୬୭୩୪୦୨

ସର୍ବଶିକ୍ଷା ଅଭିଯାନ – ଶିକ୍ଷା ଅଧିକାର

ଉଦ୍ଦେଶ୍ୟ :-

  • ୬ ରୁ ୧୪ ବର୍ଷର ସମସ୍ତ ଶିଶୁଙ୍କୁ ୮ ବର୍ଷର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ।
  • ସର୍ବଶିକ୍ଷା ଅଭିଯାନ, ଭାରତ ସରକାରଙ୍କ ଏକ ସର୍ବଶ୍ରେଷ୍ଠ ଉତ୍ପାଦ ଯାହା ଏଲିମେଣ୍ଟାରୀ ଶିକ୍ଷାର ସର୍ବଜନୀନିକରଣ ସ୍ୱରୂପ ସମ୍ବିଧାନର ୮୬ ତମ ସଂଶୋଧନ ଦ୍ଵାରା ଏକ ନିର୍ଦ୍ଧିଷ୍ଠ ସମୟସୀମା ମଧ୍ୟରେ ୬ ରୁ ୧୪ ବର୍ଷ ବୟସର ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଉଚ୍ଚ ପ୍ରାଥମିକ ଶିକ୍ଷା ପ୍ରଦାନ କରିବାରେ ଆଇନଗତ ଭାରପ୍ରାପ୍ତ ଏକ ମୌଳିକ ଅଧିକାର ଅଟେ ।

ଗଞ୍ଜାମ ଜିଲ୍ଲାରେ ନିମ୍ନଲିଖିତ ଲକ୍ଷ୍ୟକୁ ନେଇ ସର୍ବଶିକ୍ଷା ଅଭିଯାନ ପରିଚାଳିତ ହେଉଛି ।

  1. ୨୦୦୩ ସୁଦ୍ଧା ସମସ୍ତ ୬ ରୁ ୧୪ ବର୍ଷର ବୟସର ଶିଶୁଙ୍କୁ ସ୍କୁଲ ଭିତରକୁ ଆଣିବା ।
  2. ୨୦୦୭ ସୁଦ୍ଧା ସମସ୍ତ ଶିଶୁଙ୍କୁ ୫ ବର୍ଷର ଶିକ୍ଷା ସମାପ୍ତ କରାଇବା ।
  3. ୨୦୧୨ ସୁଦ୍ଧା ସମସ୍ତ ଶିଶୁଙ୍କୁ ୮ ବର୍ଷର ଶିକ୍ଷା ସମାପ୍ତ କରାଇବା ।
  4. ୨୦୧୨ ସୁଦ୍ଧା ସାର୍ବଜନୀନ ଅବଧାରଣ ।
  5. ୨୦୦୭ ସୁଦ୍ଧା ପ୍ରାଥମିକ କ୍ଷେତ୍ରରେ ସମସ୍ତ ଲିଙ୍ଗଗତ ଓ ଜାତିଗତ ବ୍ୟବଧାନକୁ ଦୂର କରିବା ଏବଂ ୨୦୧୦ ସୁଦ୍ଧା ଉଚ୍ଚ ପ୍ରାଥମିକ କ୍ଷେତ୍ରରେ ଏହି ସବୁ ବ୍ୟବଧାନକୁ ଦୂର କରିବା ।
  6. ସନ୍ତୋଷ ଜନକ ଗୁଣାତ୍ମକ ସହିତ ଏଲିମେଣ୍ଟାରୀ ଶିକ୍ଷା ସମାପ୍ତ ଉପରେ ଗୁରୁତ୍ଵ ଆରୋପ କରିବା ଯେପରି ଏହା ସେମାନଙ୍କ ଜୀବନରେ ଫଳପ୍ରଦ ।
ପରିଚାଳନା ଭିତ୍ତି ରେ ବିଦ୍ୟାଳୟ ସଂଖ୍ୟା
କ୍ରମିକ ସଂଖ୍ୟା ମଣ୍ଡଳ / ପୌରନିଗମ କ୍ଷେତ୍ର ବିଦ୍ୟାଳୟ ଏବଂ ଗଣଶିକ୍ଷା ଆଦିବାସୀ କଲ୍ୟାଣ ସାହାଯ୍ୟ ପ୍ରାପ୍ତ ବେସରକାରୀ
ପ୍ରାଥମିକ ବିଦ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (୬ ରୁ ୮) ମାଧ୍ଯମିକ ବିଦ୍ୟାଳୟ (୯ ରୁ ୧୦) ମହାବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଧ୍ଯମିକ ବିଦ୍ୟାଳୟ ମହାବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଧ୍ଯମିକ ବିଦ୍ୟାଳୟ ମହାବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଧ୍ଯମିକ ବିଦ୍ୟାଳୟ ମହାବିଦ୍ୟାଳୟ
ଆସ୍କା ୬୯ ୬୧ ୩୦ ୧୭ ୧୦
ବେଗୁନିଆପଡା ୮୩ ୩୬ ୧୨ ୧୪
ବେଲଗୁଣ୍ଠା ୬୮ ୪୧ ୧୭ ୧୩
ଭଞ୍ଜନଗର ୧୨୫ ୪୨ ୧୬
ବୁଗୁଡା ୭୩ ୪୨ ୧୫
ଛତ୍ରପୁର ୭୭ ୩୮ ୧୨ ୧୦
ଚିକିଟି ୮୪ ୨୭ ୧୬
ଧରାକୋଟ ୯୪ ୩୮ ୧୩
ଦିଗପହଣ୍ଡି ୧୧୩ ୭୦ ୧୯ ୧୨
୧୦ ଗଞ୍ଜାମ ୭୫ ୩୦ ୧୩ ୧୦
୧୧ ହିଞ୍ଜିଳିକାଟୁ ୫୧ ୨୨ ୧୨ ୧୧ ୧୦
୧୨ ଜଗନ୍ନାଥପ୍ରସାଦ ୧୨୭ ୫୧ ୧୬ ୧୪
୧୩ କବିସୂର୍ଯ୍ୟ ନଗର ୫୪ ୪୧ ୧୪
୧୪ ଖଲ୍ଲିକୋଟ ୧୧୨ ୫୫ ୧୯
୧୫ କୁକୁଡାଖଣ୍ଡି ୭୯ ୪୧ ୧୪ ୧୧
୧୬ ପାତ୍ରପୁର ୧୨୬ ୫୧ ୧୩ ୧୧
୧୭ ପୋଲସରା ୮୬ ୨୭ ୧୮ ୧୧
୧୮ ପୁରୁଷୋତ୍ତମପୁର ୮୧ ୨୮ ୧୫ ୧୨ ୧୦
୧୯ ରଙ୍ଗେଇଲୁଣ୍ଡା ୮୨ ୩୩ ୧୪ ୧୨ ୧୦ ୧୬
୨୦ ସାନଖେମୁଣ୍ଡି ୯୦ ୫୩ ୧୬ ୧୦
୨୧ ଶେରଗଡ଼ ୮୬ ୩୪ ୨୧
୨୨ ସୁରଡା ୧୩୫ ୪୩ ୨୩
୨୩ ଆସ୍କା ଏନ.ଏ.ସି ୧୧
୨୪ ବେଲଗୁଣ୍ଠା ଏନ.ଏ.ସି
୨୫ ବ୍ରହ୍ମପୁର ପୌରପାଳିକା ୪୬ ୨୨ ୧୫ ୧୬ ୪୪ ୧୯ ୧୨
୨୬ ଭଞ୍ଜନଗର ଏନ.ଏ.ସି ୧୧
୨୭ ବୁଗୁଡା ଏନ.ଏ.ସି
୨୮ ଛତ୍ରପୁର ଏନ.ଏ.ସି
୨୯ ଚିକିଟି ଏନ.ଏ.ସି
୩୦ ଦିଗପହଣ୍ଡି ଏନ.ଏ.ସି
୩୧ ଗଞ୍ଜାମ ଏନ.ଏ.ସି
୩୨ ଗୋପାଳପୁର ଏନ.ଏ.ସି
୩୩ ହିଞ୍ଜିଳିକାଟୁ ଏନ.ଏ.ସି
୩୪ କବିସୂର୍ଯ୍ୟ ନଗର ଏନ.ଏ.ସି ୧୦
୩୫ ଖଲ୍ଲିକୋଟ ଏନ.ଏ.ସି
୩୬ କୋଦଳା ଏନ.ଏ.ସି
୩୭ ପୋଲସରା ଏନ.ଏ.ସି ୧୦
୩୮ ପୁରୁଷୋତ୍ତମପୁର ଏନ.ଏ.ସି
୩୯ ରମ୍ଭା ଏନ.ଏ.ସି
୪୦ ସୁରଡା ଏନ.ଏ.ସି
ସମୁଦାୟ ୨୧୩୮ ୯୫୭ ୩୮୯ ୨୨ ୨୨ ୧୯ ୮୨ ୨୨୩ ୫୨ ୧୪୭ ୫୪ ୩୯

ମୁଖ୍ୟ କାର୍ଯ୍ୟାଳୟର ଠିକଣା :

ଜିଲ୍ଲା ଶିକ୍ଷ।ଧିକାରୀଙ୍କ କାର୍ଯ୍ୟାଳୟ, ଗିରି ରୋଡ , ବ୍ରହ୍ମପୁର. ପୋ.ଅ. ବ୍ରହ୍ମପୁର. ପିନ୍ -୭୬୦୦୦୫ ଜିଲ୍ଲା-(ଗଞ୍ଜାମ) ଓଡିଶା ,ଭାରତ, ଦୁରଭାଷ # ଫେକ୍ସ୍ -୦୬୮୦ – ୨୨୩୩୩୫୦ / ୨୨୩୩୨୫୧.

ଇ-ମେଲ୍ – ciganjam.opepa[at].nic.in
isgc.bam[at]gmail.com

କ୍ରୀଡା କ୍ରିୟାକଳାପ ଗଞ୍ଜାମ ଶିକ୍ଷା ସର୍କଲ ପି.ଡି.ଏଫ(୧୦୭ KB)

ଗଞ୍ଜାମ ଜିଲ୍ଲା ର ଉଚ୍ଚବିଦ୍ୟାଳୟ ପି.ଡି.ଏଫ(୨୯୫ KB)

ସର୍ବଶିକ୍ଷା ଅଭିଯାନ ଗଞ୍ଜାମ ତଥ୍ୟ ପି.ଡି.ଏଫ(୨୧୬ KB)