ସଂସ୍କୃତି ଏବଂ ଐତିହ୍ୟ
ଗଞ୍ଜାମ ଜିଲ୍ଲା ବହୁତ ମେଳା ଓ ପର୍ବପର୍ବାଣି ଧାରଣ କରିଥିବା ଏକ ସୁନ୍ଦର ଜିଲ୍ଲା ଅଟେ । ଏହି ଜିଲ୍ଲା ବର୍ଷ ମଧ୍ୟରେ ବହୁ ପର୍ବ ପାଳନକୁ ଉପଭୋଗ କରେ । ଏହି ଜିଲ୍ଲା କେବଳ ଏହାର ଉପକୂଳ ଏୈତିହାସିକ କୀର୍ତ୍ତି, ଦୃଶ୍ୟରାଜିର ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଏହା ନିଜର ରଙ୍ଗିନ ପର୍ବ ମାନଙ୍କ ପାଇଁ ପ୍ରସିଦ୍ଧ । ଏହି ଜିଲ୍ଲାର ପର୍ବ ଗୁଡିକ ଦୁଇ ଭାଗରେ ବିଭକ୍ତ – ଯଥା ପାରିବାରିକ ପର୍ବ ଓ ସର୍ବସାଧରଣ ପର୍ବ, ପାରିବାରିକ ପର୍ବ ଗୁଡିକ ବ୍ୟକ୍ତିଗତ ଭାବେ ପରିବାରରେ ପାଳନ କରାଯାଉଥିବା ବେଳେ ଗୋଷ୍ଠିଗତ ପର୍ବଗୁଡିକ ସାମୁହିକ ଭାବେ ଗୋଟିଏ ସ୍ଥାନରେ ପାଳନ କରାଯାଇଥାଏ । ଗୋଷ୍ଠିଗତ ବା ସାମୂହିକ ପର୍ବ ଗୁଡିକ ହେଲା ଦୋଳଯାତ୍ରା, ତାରାତାରିଣୀ ଯାତ୍ରା, ଠାକୁରାଣୀ ଯାତ୍ରା ଓ ମହାଶିବରାତ୍ରୀ ।

ଦୋଳ ଯାତ୍ରା
ଦୋଳଯାତ୍ରା ସବୁଠାରୁ ରଙ୍ଗିନ୍ ଯାତ୍ରା ଯାହାକି ହୋଲି ଯାତ୍ରା ନାମରେ ପରିଚିତ । ଦୋଳଯାତ୍ରା ଫାଲଗୁନ ପୂର୍ଣ୍ଣମାରେ ପାଳନ କରାଯାଉଥିବା ବେଳେ ତା ର ପରଦିନ ହୋଲିଯାତ୍ରା ଯାହାକି ରାଧାକୃଷ୍ଣଙ୍କ ମଧୁର ପ୍ରଣୟର ନିଦର୍ଶିନ ହୋଲିଖେଳ ଅଟେ । ଏହି ଯାତ୍ରାରେ ଲୋକମାନେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀ କୁ ସୁସଜ୍ଜିତ ବିମାନରେ ବସାଇ ସୁନ୍ଦର ମନମୁଗ୍ଧକର ଗୀତ ଗାଇ ସାହିମାନଙ୍କରେ ବୁଲନ୍ତି , ଏହା ସହିତ ରଙ୍ଗିନ ପାଉଡର ବା ଅବିର ଖେଳନ୍ତି , କେହି କେହି ରଙ୍ଗିନ ପାଣି ମଧ୍ୟ ପରସ୍ପର ଉପରକୁ ଫିଙ୍ଗନ୍ତି । ଏହି ପର୍ବ ମହାସମାରୋହରେ ସାରା ଜିଲ୍ଲାରେ ପାଳିତ ହୁଏ ।

ଝୁଲଣ ଯାତ୍ରା
ଏହି ଯାତ୍ରା ଶ୍ରାବଣ ମାସର ଅମାବାସ୍ୟା ପରବର୍ତ୍ତୀ ଦଶମୀ ଠାରୁ ଆରମ୍ଭ ହୋଇ ଥାଏ ଏବଂ ପୂର୍ଣ୍ଣିମା ଦିନ ଶେଷ ହୁଏ, ଏହି ଦିନ ରାଧାକୃଷ୍ଣ ଦୋଳି ଖେଳନ୍ତି । ଏହାକୁ ଶରତ କାଳିନ ରାସ କୁହାଯାଏ, ଏହି ଦିନ ଶ୍ରୀକୃଷ୍ଣଙ୍କ ବଡଭାଇ ବଳରାମଙ୍କ ଜନ୍ମଦିବସରୂପେ ପାଳନ କରାଯାଏ ପୁନଶ୍ଚ, ଏହି ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମା ରୂପେ ବିବେଚିତ । ଏହି ଦିନ ଗୋଟିଏ ଭଉଣୀ ତାର ଭାଇର ଶୁଭକାମନା କରି ତାର ନିଜର ରକ୍ଷାସୂତ୍ର ପାଇଁ ଭାଇ ଉଦ୍ଧିଷ୍ଟ, ମନେକରି ଭାଇର ଡାହାଣ ହାତରେ ରକ୍ଷା ବନ୍ଧନ କରାଥାଏ । ଏହା ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ପର୍ବ ଅଟେ , ଝିଅମାନେ ନୂଆ ପୋଷାକ ପିନ୍ଧି ପିଠାମିଠା ଖାଇ ଏହି ପର୍ବକୁ ଧୂମ ଧାମରେ ପାଳନ କରିଥାନ୍ତି ।

ଠାକୁରାଣୀ ଯାତ୍ରା
ତାରାତାରିଣି ମେଳା ଜିଲ୍ଲାର ଅନ୍ୟ ଏକ ପ୍ରମୁଖ ମେଳା ଅଟେ, ଏହା କେବଳ ଏହି ଜିଲ୍ଲା ନୁହେଁ ସାର ରାଜ୍ୟରେ ପାଳିତ ହୁଏ । ତାରାତାରିଣି ମେଳା ଓଡିଶାର ପ୍ରଧାନ ମେଳା ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ଏହି ମେଳା ଚୈତ୍ର (ମାର୍ଚ୍ଚ ମଧ୍ୟଭାଗରୁ ଏପ୍ରିଲ୍ ମଧ୍ୟଭାଗ) ମାସର ପ୍ରତ୍ୟେକ ମଙ୍ଗଳବାର ଦିନି ଅନୁଷ୍ଠିତ ହୁଏ । ଅସଂଖ୍ୟ ଲୋକ ଏହି ମେଳାରେ ତାରାତାରିଣି ମନ୍ଦିରରେ ଏକତ୍ରିତ ହୋଇ ଦେବୀଙ୍କୁ ପୂଜାକରନ୍ତି ଏବଂ ମାନସିକ ବ୍ରତରଖନ୍ତି ।
ଏହି ଯାତ୍ରାରେ ମାଆ ବୁଢୀ ଠାକୁରାଣୀଙ୍କୁ ପୂଜା କରାଯାଏ । ଏକ ଆସ୍ଥାୟୀ ମନ୍ଦୀରରେ ଦେବୀଙ୍କ ଆଜ୍ଞାମାଳ ଆଣି ରଖାଯାଏ ସେଠାରୁ ଦେବୀଙ୍କ ଘଟ ପୂଜାଅଞ୍ଚଳର ସମସ୍ତ ସାହି ପରିକ ବଡ ପଟୁଆର ପରିକ୍ରମଣ କରନ୍ତି । ୨୧ ଦିନ କିମ୍ବା ୧ ମାସ ଏହି ପର୍ବ ପାଳିତ ହୁଏ । ଏହି ଅବସରରେ ଭକ୍ତମାନେ ଦେବୀଙ୍କ ଅସ୍ଥାୟୀ ମନ୍ଦିରକୁ ଆସି ଦେବୀଙ୍କ ପୂଜାର୍ଚ୍ଚନା କରନ୍ତି ଏବଂ ମାନସିକ ବ୍ରତ ରଖନ୍ତି । ବିଭିନ୍ନ ସୁନ୍ଦର ଆଲୋକମାଳା ରେ ପୂଜାସ୍ଥାନକୁ ସଜାଯାଇଥାଏ, ସାହିମାନଙ୍କରେ ସୁସଜ୍ୱିତ ପୌରାଣିକ ଓ ଆଧୁନିକ ମେଢମାନ ସଜାଯାଇଥାଏ ।
ଏହା ବ୍ୟତୀତ ଦୁର୍ଗାପୂଜା ,ଶିବରାତ୍ରି,ରଥଯାତ୍ରା,ମକର ସଂକ୍ରାନ୍ତି , ମାଣବସା ଗୁରୁବାର ଭଳି ପର୍ବପାଳନ କରାଯାଏ । ମା କାଳୀଙ୍କ ଉପାସନା ନିମନ୍ତେ ଚୈତ୍ର ମାସରେ ଅନୁଷ୍ଠିତ ଦଣ୍ଡଯାତ୍ରା ଗଞ୍ଜାମର ଏକ ପ୍ରସିଦ୍ଧ ଯାତ୍ରା ଅଟେ ।

ଗଞ୍ଜାମର ପଶୁ ନୃତ୍ୟ
ଗଞ୍ଜାମର ପଶୁ ନୃତ୍ୟ :
ଗଞ୍ଜାମରେ ବଳଦମାନଙ୍କୁ ସୁସଜ୍ଜିତ କରି ତାଙ୍କମାଧ୍ୟମରେ ନୃତ୍ୟ ପରିବେଷଣ କରାଯାଇଥାଏ । ଗଞ୍ଜାମର ଲୋକନୃତ୍ୟ ସାଂସ୍କୃତିକ ପରମ୍ପରା ଦ୍ୱାରା ପରିପୁଷ୍ଟ, ଆଦିମ ଗଞ୍ଜାମ ବାସୀଙ୍କ ଲୋକଗୀତ ଓ ପରମ୍ପରା ଓ ପୁରାଣ ଆଧାରିତ ନୃତ୍ୟ ଏହାର ମୂଳ ତଥ୍ୟ ଅଟେ । ପ୍ରହଲ୍ଲାଦ ନାଟକ , ଏକ ପାରମ୍ପରିକ ନୃତ୍ୟ ଯାହା ଦକ୍ଷିଣ ଓଡିଶାର ଏକ ପ୍ରମୁଖ ନାଟକ ଅଟେ ।
ଏହା ଏକ ମୁକ୍ତ ରଙ୍ଗ ମଞ୍ଚ ବିଶିଷ୍ଟ ନାଟକ ଯେଉଁଥିରେ ରାକ୍ଷସ ରାଜା ହିରଣ୍ୟ କଶ୍ୟପୁ ଙ୍କ ସିଂହାସନ ରହିଥାଏ । ଶ୍ରୀବିଷ୍ଣୁ ନୃସିଂହ ଅବତାରରେ ହିରଣ୍ୟ କଶ୍ୟପୁ ଙ୍କୁ ବିନାଶର ଅଭନୟ ଏହି ନାଟକୀୟ କଥା ବସ୍ତୁର ପରିପ୍ରକାଶ ।
ଗୋଟିପୁଅ ନାଚ ଗଞ୍ଜାମର ଅନ୍ୟ ଏକ ମୁଖ୍ୟ ନୃତ୍ୟ । ବର୍ତ୍ତମାନ ଏହା ଯଥେଷ୍ଠ ଲୋକପ୍ରିୟତା ହାସଲ କରିଛି । ଘଣ୍ଟ ମୃଦଙ୍ଗ ଏକତ୍ର ଲୋକ ବାଦ୍ୟ ପାରମ୍ପରିକ ଲୋକକଳାର ଏକ ମୁଖ୍ୟ ନିଦର୍ଶନ । ଏହା ବୈଷ୍ଣବ ମାନଙ୍କର ଏକ ପ୍ରମୁଖ ଲୋକବାଦ୍ୟ ଅଟେ । ଏହାର ମୁଖ୍ୟ ଅନୁଦ୍ଧିଷ୍ଟ ଅଟନ୍ତି ରାଧା ଓ କୃଷ୍ଣ । ଏହି ଲୋକଗୀତକୁ କୀର୍ତ୍ତନ ବା ସଂକୀର୍ତ୍ତନ ମାଧ୍ୟମରେ ପରିପ୍ରକାଶ ବା ଗାୟନ କରାଯାଏ । ଏତଦ୍ ବ୍ୟତୀତ ଭାରତଲୀଳା ଏକ ଅତ୍ୟନ୍ତ ରଙ୍ଗୀନ ଲୋକ ନୃତ୍ୟ ଅଟେ। ଏହା ଜିଲ୍ଲାର ପ୍ରମୁଖ ଲୋକନୃତ୍ୟ ମଧ୍ୟରେ ଅନ୍ୟତମ । ସେହିପରି ଦାଶକାଠି ନୃତ୍ୟ ମଧ୍ୟ ଅନ୍ୟ ଏକ ଲୋକନୃତ୍ୟ । ଏଥିରେ ଦୁଇଜଣ ଲୋକ ଜଣେ ଦୁଇଖଣ୍ଡ ଓ ଅନ୍ୟ ଜଣେ ଚାରିଖଣ୍ଡ କାଠି ସାହାଯ୍ୟରେ ଗୀତଗାଇ ପୁରାଣ ଗାନ କରିଥାନ୍ତି।
ଏହା ଭିନ୍ନ କୃଷ୍ଣଲୀଳା ରାଧାପ୍ରେମଲୀଳା ଓ ଲକ୍ଷ୍ମୀ ପୁରାଣ ମଧ୍ୟ ଅନ୍ୟାନ୍ୟ ଲୋକ ନୃତ୍ୟ ଅଟେ।