ସମଗ୍ର ଶିକ୍ଷା ଅଭିଯାନ ର ମୁଖ୍ୟ କାର୍ଯ୍ୟକ୍ରମ
(୧) ମଧୁ ଆପ:
ମଧୁ ଆପ ଏକ ଦୃଶ୍ୟବ୍ୟ ଶିକ୍ଷଣ ଉପକରଣ Iଏହା ମାଧ୍ୟମରେଛାତ୍ର ଛାତ୍ରୀମାନେ ନିଜ ଶ୍ରେଣୀର ସମସ୍ତ ବିଷୟ ମୋବାଇଲ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଉପକୃତ ହେବେ I
(୨) ଖାଲି ପାଦକୁ ନା :
ବହୁତ ପିଲା ଖାଲିପାଦରେ ସ୍କୁଲକୁ ଆସୁଛନ୍ତିI ଯାହାଫଳରେ ଛାତ୍ର ଛାତ୍ରୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତିI ଏହି ଯୋଜନା ଫଳରେ ସମସ୍ତ ଛାତ୍ର ଛାତ୍ରୀ ସ୍କୁଲକୁ ଖାଲିପାଦରେ ଆସୁନାହାନ୍ତିI
(୩) ପାଣି ଘଣ୍ଟି :
ଜଳ ସକଳ ଶକ୍ତିର ଆଧାର I ଜଳର ଅଭାବ ରହିଲେ ଶରୀରର ବିଭିନ୍ନ ପ୍ରକାରର ରୋଗ ଜIତହୁଏI ଏହି ଯୋଜନା ଦ୍ଵାରା ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କୁ ଦିନକୁ ପାଣି ଘଣ୍ଟିର ବ୍ୟବସ୍ଥା ଅଛି I
(୪) ଲାଏବ୍ରେରୀ ମୁଭମେନ୍ଟ :
ଏହି ଯୋଜନା ଦ୍ଵାରା ଛାତ୍ର ଛାତ୍ରୀମାନେ ପାଠ୍ୟ ବିଷୟ ବ୍ୟତୀତ ବିଭିନ୍ନ ଉପାଦେୟ ପୁସ୍ତକମାନ ପଢି ଉନ୍ନତମାନର ଜ୍ଞାନ ଅର୍ଜନ କରନ୍ତି I
(୫) ଡିୟର ପ୍ରୋଗ୍ରାମ :
ଏହି ଯୋଜନା ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କର ପଠନ ଦକ୍ଷତା ଉପରେ ଗୁରୁତ୍ୟାରୋପ କରାଯାଇଛିI ପଢିବାଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷଣରେ ବିକାଶ ଘଟିଥାଏ I
(୬) ଜିରୋ ପିରିୟଡ :
ଛାତ୍ର ଛାତ୍ରୀ ମାନଙ୍କର ବହୁତ ଅନ୍ତର୍ନିହିତ ପ୍ରତିଭାଅଛି Iଏହି ପ୍ରତିଭାର ବିକାଶ ପାଇଁ ଜିରୋ ପିରିୟଡ ଯୋଜନା ଗଞ୍ଜାମ ଜିଲ୍ଲାରେ ଚାଲୁଅଛି Iଛାତ୍ର ଛାତ୍ରୀମାନେ ନିଜ ହାତରେ ବିଭିନ୍ନ ଉପକରଣ ତିଆରି କରନ୍ତି I
(୭) କିଚେନ ଗାର୍ଡେନ :
ପାଠପଢା ବ୍ୟତିତ ସ୍କୁଲରେ ସୁସ୍ଥ ବାର୍ତ୍ତାବରଣ ସୃଷ୍ଟି ପାଇଁ ବିଭିନ୍ନ ପ୍ରକାର ବୃକ୍ଷ ଓ ପନିପରିବା ଚାଷ କରାଯାଏ ଯାହା ସ୍କୁଲରେ ଆର୍ଥିକ ମାନଦଣ୍ଡ ବୃଦ୍ଧି ସହ ଆନନ୍ଦମୟ ପରିବେଶ ସୃଷ୍ଟି କରିଥାଏ I
(୮) ଅନ୍ତର୍ନିବେଶି ଶିକ୍ଷ୍ୟା :
ଛାତ୍ର ଛାତ୍ରୀମାନଙ୍କୁ ପ୍ରାଥମିକ ସ୍ତରରୁ ଚିହ୍ନଟ କରାଯାଇ ନିକଟସ୍ଥ ବିଦ୍ୟାଳୟରେ ନାମଲେଖା ଠାରୁ ଆରମ୍ଭ କରି ସେମାନଙ୍କୁ ସମାନ ଓ ଶିକ୍ଷ୍ୟାର ମୁଖ୍ୟ ସ୍ରୋତରେ ଅନ୍ତର୍ଭୁକ୍ତ କରିବା ପାଇଁ ଡାକ୍ତରୀ ପରୀକ୍ଷା, ସହାୟକ ଉପକରଣ, ପାଠ୍ୟ ଉପକରଣ ସହିତ ବିଭିନ୍ନ ପ୍ରୋଛାହନ ଭତ୍ତାଆଦି ଯୋଗାଇ ଦିଆଯାଉଛି Iଶିକ୍ଷାର ଉନ୍ନତ ପାଇଁ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରା ଯାଉଥିବା ବେଳେ ଛାତ୍ର ଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଅଭିଭାବକ ମାନଙ୍କୁ ପରାମର୍ଶ ପ୍ରଦାନ କରାଯାଉଛି Iଛାତ୍ର ଛାତ୍ରୀମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଥେରାପି ଯଥା ସ୍ପୀଚଥେରାପି, ଫିଜିଓଥେରାପି, ଅଭିଜ୍ଞ ବିଶେଷକଙ୍କ ଦ୍ଵାରା ଜିଲ୍ଲା ସମ୍ବଳ କେନ୍ଦ୍ର, ସମଗ୍ର ଶିକ୍ଷା, ଛାତ୍ରପୁର ଠାରେ ପ୍ରଦାନ କରାଯାଉଛି I