ବନ୍ଦ କରନ୍ତୁ

ହସ୍ତଶିଳ୍ପ

ହସ୍ତଶିଳ୍ପ

ହସ୍ତଶିଳ୍ପ

ଗଞ୍ଜାମ ଜିଲ୍ଲାର ହସ୍ତଶିଳ୍ପ ଏହାର ଚିତ୍ରକଳା ପାଇଁ ପ୍ରସିଦ୍ଧ, ଏହି ଜିଲ୍ଲାର କାନ୍ଥଚିତ୍ର, ପାଟ ଚିତ୍ର, ପଥର ଖୋଦେଇ, କାଠ ଖୋଦେଇ ସାରା ପୃଥିବୀରେ ପ୍ରସିଦ୍ଧ। କାଠ କଣ୍ଢେଇ ଠାରୁ ଆରମ୍ଭକରି କାଠରଙ୍ଗ ଲାଖମୂର୍ତ୍ତି କାଗଜମଣ୍ଡରେ ପ୍ରସ୍ତୁତ ମୂର୍ତ୍ତି ତଥା ଗୋବରରେ ପ୍ରସ୍ତୁତ ମୂର୍ତ୍ତି ପର୍ଯ୍ୟନ୍ତ ସର୍ବତ୍ର ଆଦୃତ । ଶିଙ୍ଗକାମ ଯଥା ପୋଢ଼ ଶିଙ୍ଗରୁ ପ୍ରସ୍ତୁତ କାରୁକାର୍ଯ୍ୟ ଏକ ସୁନ୍ଦର ହସ୍ତକଳା ପାଇଁ ଗଞ୍ଜାମ ପ୍ରସିଦ୍ଧ, ପିତଳ ଘଣ୍ଟି ଓ ପିତଳ ମାଛ ପାଇଁ ବେଲଗୁଣ୍ଠା ପ୍ରସିଦ୍ଧ, ମନ୍ଦିର ମାନଙ୍କରେ ବ୍ୟବହୃତ ପିତଳ ଘଣ୍ଟି ଓ ବାସନ ଏହି ଜିଲ୍ଲାରେ ପ୍ରସ୍ତୁତ ଏକ ପ୍ରସିଦ୍ଧ ହସ୍ତଶିଳ୍ପର ମାନ୍ୟତା ପାଇଛି, ମାଙ୍ଗଳିକ କାର୍ଯ୍ୟ ତଥା ପୂଜା କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ତମ୍ବା ଓ ପିତଳ ବାସନ ଏହି ଜିଲ୍ଲାର ହାତ ତିଆରି ସରଞ୍ଜାମ। ଏହି ସବୁ ପ୍ରସ୍ତୁତି ପାଇଁ ଏହି ଜିଲ୍ଲା ସାରା ପୃଥିବୀର ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ।