ବନ୍ଦ କରନ୍ତୁ

ଶିଳ୍ପ ଏବଂ ହସ୍ତଶିଳ୍ପ

ଜିଲ୍ଲା ଶିଳ୍ପାଞ୍ଚଳ, ଗଞ୍ଜାମ, ବ୍ରହ୍ମପୁର

ଲକ୍ଷ୍ୟ ଏବଂ ଭୂମିକା

ଜିଲ୍ଳା ଶିଳ୍ପକେନ୍ଦ୍ର ଗଞ୍ଜାମ, ବ୍ରହ୍ମପୁର ଉପ ପରାମର୍ଶ କେନ୍ଦ୍ର, ଜିଲ୍ଲା ଶିଳ୍ପ ଉନ୍ନୟନର ବିକାଶ ଦିଗରେ କାର୍ଯ୍ୟ କରୁଅଛନ୍ତି । ଆଇପିଆର୍‌ ୧୯୮୦,୧୯୯୨, ୧୯୯୬ ଏବଂ ୨୦୦୧ ମହିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦେବାର ଘୋଷଣା କରାଯାଇଅଛି । ମାର୍ଚ୍ଚ ୨, ୨୦୦୭ ମସିହାରେ ଏକ ନୂତନ ଆଇପିଆର୍‌-୨୦୦୭ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ହୋଇଅଛି । ଏହା ଅତିରିକ୍ତେ କ୍ଷୁଦ୍ରହାର ସେକ୍ଟର ଗୁଡ଼ିକର ଅଭିବୃଦ୍ଧି ନିମନ୍ତେ ଭାରତ ସରକାର ଅନେକ ଗୁଡ଼ିଏ ସୂତ୍ରପାତ ନୀତି ନିର୍ଦ୍ଧାରଣ କରିଛନ୍ତି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, କୁଟୀର ଶିଳ୍ପ ଆଦିର ଉନ୍ନତିରେ ଗଞ୍ଜାମ ଜିଲ୍ଲା ସାମର୍ଥ୍ୟତା ଲାଭ କରିଛି ।

ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ (ଏମ୍‌ଏସ୍‌ଇ) ସ୍ତରୀୟ

ସମଗ୍ର ଜିଲ୍ଲାରେ ୩୧/୦୩/୨୦୧୨ ମସିହା ପର୍ଯ୍ୟନ୍ତ ୯୪୧୦ ସଂଖ୍ୟକ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଟ. ୨୫୯.୯୧ କୋଟିର ପୁଞ୍ଜିଲଗାଣରେ କାର୍ଯ୍ୟକାରୀ ହୋଇଅଛି । ଯାଦ୍ୱାରା ୪୨,୪୯୩ ଜଣ ବ୍ୟକ୍ତିଙ୍କୁ ପୁନର୍ନିଯୁକ୍ତି ପ୍ରଦାନ କରାଯାଇଛି । ଏତଦ୍‌ବ୍ୟତୀତ ଡିଆଇସି, ଗଞ୍ଜାମ ଉଦ୍ୟୋଗକାରୀମାନଙ୍କୁ ସ୍ମାରକ ସଂଖ୍ୟା-II, ୩୭୮୧ ଏମ୍‌ଏସ୍‌ ଏମ୍‌ଇ ଉଦ୍ୟୋଗ ୩୧/୦୩/୨୦୧୨ରେ ସ୍ଥାୟୀ ପଞ୍ଜିକରଣ ପ୍ରମାଣପତ୍ର (ପିଏମ୍‌ଟି) ନିର୍ଗମନ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଧିକତର କୃଷି ଭିତ୍ତିକ, ଖାଦ୍ୟ ପ୍ରକିୟାକରଣ, ଶିଳ୍ପ ସମ୍ବନ୍ଧୀୟ ଓ ଆନୁଷଙ୍ଗିକ ଖଣିଜ ସମ୍ପଦ ଭିତ୍ତିକ (ଗ୍ରାନାଇଟ୍‌, ପଥର ଚିପ୍ସ ଇତ୍ୟାଦି), ଆବଶ୍ୟକ ତୈଳ ଏବଂ ଅନ୍ୟାନ୍ୟ ସେବାକ୍ଷେତ୍ରରେ କର୍ଯ୍ୟ କରୁଛନ୍ତି ।

କ୍ଷୁଦ୍ର ଉଦ୍ୟୋଗ ସମୂହ

ଏମ୍‌ଏସ୍‌ଏମ୍‌ଇ ଉନ୍ନୟନ ଅନୁଷ୍ଠାନ ଏବଂ ୟୁଏନ୍‌ଆଇଡିଓଙ୍କ ସହିତ ଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା,  ପରାମର୍ଶ କରି ଗଞ୍ଜାମ ଜିଲ୍ଲାର ନିମ୍ନଲିଖିତ ଉଦ୍ୟୋଗ ସମୂହର ଉନ୍ନୟନ ନିମିତ୍ତ ଘୋଷଣା କରିଛନ୍ତି । ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଏହି ସମୂହ ଉନ୍ନୟନକୁ ତଦାରଖ କରିବା ନିମନ୍ତେ ନିମ୍ନ ପଦକ୍ଷେପମାନ ନିଆଯାଇଅଛି । ଏହି ସମୂହ ଉନ୍ନତିକରଣ ଯୋଜନା ନିମନ୍ତେ ଶିଳ୍ପର ନିର୍ଣ୍ଣାୟକ ବିଚାର ଓ ଆବଶ୍ୟକୀୟ ମିଟିଂ, ଯାହା ସହଜ ସହାୟକ ହେବା ସହିତ ମୃଦୁ ଓ ଦୃଢ ଉତ୍ପାଦନର ସହାୟତା ନିମନ୍ତେ ଏମ୍‌ଏସ୍‌ଇସିଡିପି ଅଧିନରେ କରାଯାଇଅଛି ।

କ୍ର.ସଂ. ଉତ୍ପାଦନର ନାମ/ ପ୍ରକ୍ରିୟା ଏକକ ସଂଖ୍ୟା ଭୌଗୋଳିକ ଅଞ୍ଚଳ
୧. କାଜୁ ପ୍ରକ୍ରିୟାକରଣ ସମୂହ ୭୬ ଗଞ୍ଜାମ ଜିଲ୍ଲାର ଗଞ୍ଜାମ, ଖଲ୍ଲିକୋଟ, ଛତ୍ରପୁର, ରଙ୍ଗେଇଲୁଣ୍ଡା ବ୍ଲକ୍‌
୨. କିଆ ପ୍ରକ୍ରିୟାକରଣ ସମୂହ ୧୫୦ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଛତ୍ରପୁର ଏବଂ ଚିକିଟି ବ୍ଲକ୍‌
୩. ଗ୍ରାନାଇଟ୍‌ ପ୍ରକ୍ରିୟାକରଣ ସମୂହ ୩୬ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି, ରଙ୍ଗେଇଲୁଣ୍ଡ, ଏବଂ ଦିଗପହଣ୍ଡି ବ୍ଲକ୍‌
୪. ଆୟୁର୍ବେଦିକ ସମୂହ ୩୮ ଗଞ୍ଜାମ ଜିଲ୍ଲାର ଆସ୍କା, କବିସୂର୍ଯ୍ୟନଗର ଏବଂ ବ୍ରହ୍ମପୁର
୫. ଚାଉଳ କଳ ସମୂହ ୩୭୪ ବ୍ରହ୍ମପୁର, ରଙ୍ଗେଇଲୁଣ୍ଡ, କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ଛତ୍ରପୁର, ଦିଗପହଣ୍ତି, ସାନଖେମୁଣ୍ଡି, ଖଲ୍ଲିକୋଟ୍

କାଜୁ ପ୍ରକିୟାକରଣ ସମୂହ

ସମଗ୍ର ଜିଲ୍ଲାରେ ୭୬ ରୁ ଅଧିକ କାଜୁ ପ୍ରକ୍ରିୟାକରଣ ସମୂହକୁ ଉତ୍ସାହିତ କରାଯାଇଅଛି । ଏହି ପ୍ରକ୍ରିୟାର ଶିଳ୍ପରେ ମୋଟ ଉତ୍ପାଦନ ଓ କାରବାର ୫,୦୦ ମେଟ୍ରିକ୍‌ ଟନ୍‌, ଉତ୍ପାଦିତ କାଜୁ ମଞ୍ଜିର ହାରାହାରି ମୂଲ୍ୟ ୧୦୦.୦୦ କୋଟି ଟଙ୍କା, ଏହି କାଜୁ ପ୍ରକ୍ରିୟାକରଣ ସମୂହ  ଦ୍ୱାରା ୭୨୦୦ ଜଣଙ୍କ ନିମନ୍ତେ ନିଯୁକ୍ତିର ସୂଯୋଗ ସୃଷ୍ଟି କରାଯାଇଅଛି । ସଦର ମହକୁମା ରମ୍ଭାଠାରେ ଏକ ସ୍ପେସିଆଲ୍‌ ପରପୋଜ୍‌ ଭେଇକ୍ଲ୍‌ (ଏସ୍‌ପିଭି) ଗଠନ କରାଯାଇଛି, ଯାହା ‘ଜଗନ୍ନାଥ କାଜୁ ସମୂହ’ ନାମରେ ପରିଚିତ । ସଂପ୍ରତି ୧୧,୦୦୦ ମେଟ୍ରିକ୍‌ ଟନ୍‌ କାଜୁ ମଞ୍ଜି ଉତ୍ପାଦନ ସମୂହ (୪ଟି ବ୍ଲକ୍‌ର ୩୦ କି.ମି ବ୍ୟାସାର୍ଦ୍ଧ ଅଞ୍ଚଳରେ)ପରିବ୍ୟାପ୍ତ । ବର୍ତ୍ତମାନ ସମୟରେ ୩୦୦୦ ମେଟ୍ରିକ୍‌ ଟନ୍‌ କାଜୁ ଶସର କାରବାର ହେଉଅଛି । ଯାହାର ବଜାର ମୂଲ୍ୟ ୭୫.୦୦ କୋଟି ଟଙ୍କା ।  ସ୍ପେସିଆଲ୍‌ ପରପୋଜ୍‌ ଭେଇକ୍ଲ୍‌ (ଏସ୍‌ପିଭି) ସମୂହରେ ଥିବା ମୃଦୁ ଓ ଦୃଢ ଉତ୍ପାଦନ ବିଷୟକ ପ୍ରକଳ୍ପ ତଥ୍ୟ ସମୂହରେ ଦାଖଲ କରିଛନ୍ତି । ମୃଦୁ କାର୍ଯ୍ୟକଳାପ ନିମନ୍ତେ ଆର୍ଥିକ ସହାୟତା ମିଳିବା ପରେ ଯୋଜନା ମୁତାବକ୍‌ କାର୍ଯ୍ୟକ୍ରମମାନ କରାଯିବ ।

କିଆ ପ୍ରକିୟାକରଣ ସମୂହ

ସାଂପ୍ରତିକ ସମୟରେ ୧୫୦ ସଂଖ୍ୟକ କିଆଫୁଲ ନିର୍ଯ୍ୟାସ ଉତ୍ପାଦନ ୟୁନିଟ୍‌ ସମଗ୍ର ଜିଲ୍ଲାରେ କାର୍ଯ୍ୟକରୁଅଛି। ଏହାଦ୍ୱାରା ପାଖାପାଖି ୩୦୦୦ ଜଣଙ୍କୁ କିଆ ତେଲ, ଅତର ଏବଂ କେଓଡ଼ାପାଣି ଉତ୍ପାଦନରେ ନିୟୋଜିତ କରାଯାଇଅଛି । ବଜାର ଚାହିଦା ବୃଦ୍ଧି ଏବଂ ଉତ୍ପାଦନରେ ବିଭିନ୍ନ ବୈଷୟିକ ପରିବର୍ତ୍ତନ ଲାଗି ନିର୍ଣ୍ଣାୟକ ଆଲୋଚନାତ୍ମକ  ତଥ୍ୟ ପ୍ରସ୍ତୁତ କରାଯାଇ ଏହାର କାର୍ଯ୍ୟକାରୀ ଦିଗରେ ପଦକ୍ଷେପମାନ ନିଆଯାଉଅଛି । କେଓଡ଼ା ଶିଳ୍ପ ଲାଗି ବୈଷୟିକ ସହାୟକ କେନ୍ଦ୍ର ବି/୧ ଓ ୨ ଶିଳ୍ପାଞ୍ଚଳ, ବ୍ରହ୍ମପୁର ଠାରେ କେଓଡ଼ାର ସୁବାଷିତ ଗୁଣ ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରୁଅଛି । ବର୍ତ୍ତମାନ କେୱଡାର ବଜାର କାରବାର ୮୧.୫୦ କୋଟି ଟଙ୍କା । ସ୍ପେସିଆଲ୍‌ ପରପୋଜ୍‌ ଭେଇକ୍ଲ୍‌ (ଏସ୍‌ପିଭି) ଯାହା ‘ଗଞ୍ଜାମ କେଓଡ଼ା ଡେଭଲପ୍‌ମେଣ୍ଟ ଟ୍ରଷ୍ଟ୍‌’ ନାମରେ ଗଠନ କରାଯାଇଅଛି, ଏହାର କାର୍ଯ୍ୟାଳୟ ହିଲ୍‌ପାଟଣା, ବ୍ରହ୍ମପୁରରେ ଅବସ୍ଥିତ । ଏହି ଟ୍ରଷ୍ଟ ଭାରତୀୟ ଟ୍ରଷ୍ଟ ଆଇନ୍‌୧୯୮୨ ନିୟମ ଅନ୍ତର୍ଗତ ଉତ୍ପାଦନ ସମୂହର ଏକତ୍ର ବନ୍ଧନ ଏବଂ ବ୍ୟବସାୟ କରୁଅଛି । କେଓଡ଼ା ଫୁଲ ଏବଂ କେଓଡ଼ା ରସ ଉତ୍ପାଦନ ନିମନ୍ତେ ଗଞ୍ଜାମ କେଓଡ଼ା ଉତ୍ପାଦନ ଉନ୍ନୟନ ଟ୍ରଷ୍ଟ ଭୌଗୋଳିକ ନିର୍ଦ୍ଧାରଣ ସଂଖ୍ୟା ୨୨୮ ଦ୍ୱାରା ସମ୍ବର୍ଦ୍ଧିତ ହୋଇଅଛି । ମୃଦୁ ଏବଂ ଦୃଢ ଉତ୍ପାଦନ ବିଷୟରେ ସବିଶେଷ ପ୍ରକଳ୍ପ ତଥ୍ୟ କାର୍ଯ୍ୟ ଚାଲୁରହିଅଛି ।

ଗ୍ରାନାଇଟ୍‌ ପ୍ରକ୍ରିୟାକରଣ ସମୂହ

ବାଇଗଣି ନୀଳ ରଙ୍ଗର ଗ୍ରାନାଇଟ୍‌ ଗଞ୍ଜାମ ଜିଲ୍ଲାରେ ଉପଲବ୍ଧ ହେଉଅଛି । ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି, ଦିଗପହଣ୍ଡି ଏବଂ ରଙ୍ଗେଇଲୁଣ୍ଡା ବ୍ଲକ୍‌ମାନଙ୍କରେ ଗ୍ରାନାଇଟ୍‌ ପ୍ରସ୍ତୁତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଅଛି । ଏକ ସମୟରେ ୩୬ଟି ଗ୍ରାନାଇଟ୍‌ ସ୍ଲାବ୍‌ରୁ ଅଧିକ ଗ୍ରାନାଇଟ୍‌ କଟା ଓ ପଲିସ୍‌ ୟୁନିଟ୍‌ ଏହି ଅଞ୍ଚଳରେ ଦେଖିବାକୁ ମିଳିଥାଏ ଏବଂ ଅନ୍ୟ ୧୦-୧୫ ଟି ୟୁନିଟ୍‌ ଏହି ଜିଲ୍ଲାରେ ସ୍ଥାପନ କରାଯିବାର ଯୋଜନା ରହିଅଛି । ସମଗ୍ର ଜିଲ୍ଲାରେ ଗ୍ରାନାଇଟ୍‌ କଟିଂ ଏବଂ ପଲିସିଂ ଶିଳ୍ପର ବୈଧତା ଓ ଯାନ୍ତ୍ରିକ ତ୍ରୁଟି ବିଷୟକ ଆଲୋଚନା ଅନୁଷ୍ଠିତ ହୋଇଥିବାର ସୂଚନା ଡିଆଇ, ଓଡ଼ିଶାଙ୍କ ନିକଟରେ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୩୦୨, ତା. ୦୫/୦୫/୨୦୧୦ ରିଖରେ ଦାଖଲ କରାଯାଇଅଛି । ଭାରତୀୟ ନ୍ୟାସୀତ୍ୱ ନିୟମ ସଂଖ୍ୟା ୨୨୬, ତା. ୧୮/୦୨/୨୦୧୦ ଅନୁଯାୟୀ ଏସପିଭି ଗଠିତ ହୋଇଛି । ମୃଦୁ ଏବଂ କଠିନ ଅଂଶ ବିଷୟକ ପ୍ରକଳ୍ପର କାର୍ଯ୍ୟ ଚାଲୁଅଛି ।

ଆୟୁର୍ବେଦିକ ସମୂହ

୩୮ ଟି ଆୟୁର୍ବେଦିକ ଉତ୍ପାଦନ ୟୁନିଟ୍‌ ସମଗ୍ର ଜିଲ୍ଲାରେ ସ୍ଥାପନ କରାଯାଇଅଛି ଏବଂ ଏହି ଆୟୁର୍ବେଦିକ ସମୂହକୁ ‘ୠଷିକୂଲ୍ୟା ଆୟୁର୍ବେଦିକ ସମୂହ’ ନାମରେ ଏସ୍‌ପିଭି ଗଠନ କରାଯାଇଅଛି । ପରୀକ୍ଷା କରିବା ନିମନ୍ତେ ପରୀକ୍ଷାଗାର, କଞ୍ଚାମାଲ୍‌ ଗଚ୍ଛିତ କରିବା ନିମନ୍ତେ ଭଣ୍ଡାର ଇତ୍ୟାଦିର ନିର୍ମାଣ ପ୍ରକଳ୍ପ ଲାଗି ଆର୍ଥିକ ସହାୟତା ସମୂହ ଉନ୍ନତିକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରସ୍ତାବ ପ୍ରସ୍ତୁତ କରି ଭାରତ ସରକାର (ଆୟୁଷ)ଙ୍କ ନିକଟରେ ଦାଖଲ କରାଯାଇଅଛି । ପ୍ରଥମ କିସ୍ତୀରେ ଟ.୨.୨୦ କୋଟି ଗୃହଆଦି ନିର୍ମାଣଲାଗି ଗ୍ରହଣ କରାଯାଇଅଛି ।

ଚାଉଳ କଳ ସମୂହ

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ଓ ଛତ୍ରପୁର ସବ୍‌ଡ଼ିଭିଜନ୍‌ରେ ଚାଉଳ କଳ ସମୂହ ବିଷୟକ ଅନୁଶୀଳନ ସମ୍ବନ୍ଧୀୟ ନିର୍ଣ୍ଣୟ ଲାଗି ଏପିଟ୍‌କୋ, ବ୍ରହ୍ମପୁରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଅଛି । ଏହି ସଂସ୍ଥା ଉପରୋକ୍ତ ସମୂହପାଇଁ ବିଭିନ୍ନ ଅର୍ଥ ଜମାକାରୀ ସଂସ୍ଥାଙ୍କ ସହିତ ବିଭିନ୍ନ ସମୟରେ ଭିନ୍ନଭିନ୍ନ ମିଟିଂରେ ଆଲୋଚନା କରିଛନ୍ତି । ବୈଧ ଅନୁଶୀଳନାତ୍ମକ ତଥ୍ୟ ଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶାଙ୍କ ନିକଟରେ ଦାଖଲ କରାଯିବ ।

ହସ୍ତଶିଳ୍ପ ଏବଂ କୁଟୀରଶିଳ୍ପ :

ଗଞ୍ଜାମ ଜିଲ୍ଲା ର ମୁଖ୍ୟ ହସ୍ତଶିଳ୍ପ ଗୁଡିକ ହେଲା ପିତ୍ତଳ ଓ ରସ ବାସନ,ଗୁଆ ରୁ ନିର୍ମିତ ହସ୍ତଶିଳ୍ପ ଦ୍ରବ୍ୟ, ଚାନ୍ଦୁଆ ଓ କଣ୍ଢେଇ ବସ୍ତ୍ର ଆଦି ।
ବେଲଗୁଣ୍ଠା ଅଞ୍ଚଳ ରେ ନିର୍ମିତ ନମନୀୟ ପିତ୍ତଳ ମାଛ ହେଉଛି ଗଞ୍ଜାମ ଜିଲ୍ଲା ର ଅଦ୍ଵିତୀୟ ହସ୍ତଶିଳ୍ପ କଳା ଅଟେ ।

ନିମ୍ନ ଲିଖିତ କାର୍ଯ୍ୟ ଗୁଡିକ ଏହା ବିପକ୍ଷ ରେ ଦିଆ ଯାଇ ଥିବା ସ୍ଥାନ ସହ ସଂଶ୍ଳିଷ୍ଟ
କ୍ରମିକ ସଂଖ୍ୟା କାର୍ଯ୍ୟ ର ପ୍ରକାର ସ୍ଥାନ ନାମ
ନମନୀୟ ପିତ୍ତଳ ମାଛ  ବେଲଗୁଣ୍ଠା
ପିତ୍ତଳ ଓ ରସ ବାସନ ପାତ୍ରପୁର , କବି ସୂର୍ଯ୍ୟ ନଗର ଏବଂ ଜଗମୋହନ
ଚାନ୍ଦୁଆ ଓ କଣ୍ଢେଇ ବସ୍ତ୍ର ଧରାକୋଟ ,ଖଲ୍ଲିକୋଟ ,ବ୍ରହ୍ମପୁର, ବୁଗୁଡ଼ା , କାଞ୍ଚନ ଓ ପୁରୁଷୋତ୍ତମପୁର
ଗୁଆ ରୁ ନିର୍ମିତ ହସ୍ତଶିଳ୍ପ ଦ୍ରବ୍ଯ ବ୍ରହ୍ମପୁର
ପଥର ଖୋଦେଇ ମଥୁରା
ପଟ୍ଟଚିତ୍ର ଚିକିଟି
ରେଶମ ଶାଢୀ ବ୍ରହ୍ମପୁର, ବୋମିକୋଇ
ଶାମୁକା ଜାତ ଦ୍ରବ୍ଯ ବ୍ରହ୍ମପୁର ଓ ଗୋପାଳପୁର
କଣ୍ଢେଇ ଓ କାଚ ଗୁଲି ବ୍ରହ୍ମପୁର ଓ ଧରାକୋଟ
୧୦ ଢୋକରା ଢଳେଇ ଧରାକୋଟ ଓ ଜଗନ୍ନାଥପ୍ରସାଦ
୧୧ ନଡିଆକତା ଦ୍ରବ୍ୟ ଗୋପାଳପୁର, ଗୋଳାବନ୍ଧ, ରମ୍ଭା, କଳାବାଡ, ନରେନ୍ଦ୍ରପୁର ଓ ବ୍ରହ୍ମପୁର
୧୨ ଚମଡା ବ୍ରହ୍ମପୁର ଓ ଭଞ୍ଜନଗର
୧୩ କିଆ ଫୁଲ ଅତର ଟୁଲୁ, ଛତ୍ରପୁର ଓ ଗୋପାଳପୁର
୧୪ ଅଳଙ୍କାର ଆସ୍କା ଓ ବ୍ରହ୍ମପୁର
୧୫ ଚୂନ ବ୍ରହ୍ମପୁର, ରଙ୍ଗେଇଲୁଣ୍ଡା ଓ ଖଲ୍ଲିକୋଟ
୧୬ କାଜୁ ପ୍ରକ୍ରିୟାକରଣ ଛତ୍ରପୁର, ରମ୍ଭା, ଗଞ୍ଜାମ
୧୭ ଖଲିପତ୍ର ଥାଳି ବେଲଗୁଣ୍ଠା, ଭଞ୍ଜନଗର, ପାତ୍ରପୁର, ଚିକିଟି ଓ ପୁରୁଷୋତ୍ତମପୁର
୧୮ ହସ୍ତତନ୍ତ / ଶକ୍ତି ଚାଳିତ ତନ୍ତ ହିଞ୍ଜିଳିକାଟୁ, ଦିଗପହଣ୍ଡି, ଶେରଗଡ, ପାତ୍ରପୁର, ପୁରୁଷୋତ୍ତମପୁର, କୁକୁଡାଖଣ୍ଡି
୧୯ ଲୁଣ ଗଞ୍ଜାମ
୨୦ ବେତ ବ୍ରହ୍ମପୁର
୨୧ କାଠ ଖୋଦେଇ ସାନଖେମୁଣ୍ଡି ମଣ୍ଡଳ

କତା ଶିଳ୍ପ

କତା କାରିଗରୀରେ ନିପୂଣ କାରିଗରମାନଙ୍କ କୌଶଳକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗୋଳାବନ୍ଧ ନିକଟରେ ୨୦ ପ୍ରଶିକ୍ଷାର୍ଥୀ କ୍ଷମତା ବିଶିଷ୍ଟ ଗୋଟିଏ ଉପକେନ୍ଦ୍ର କାର୍ଯ୍ୟ କରୁଅଛି । ଯେଉଁଠାରେ କତା ଶିଳ୍ପ ବିଷୟକ ପ୍ରଶିକ୍ଷଣ ତଥା-ପ୍ରଦର୍ଶନ ତଥା- ଚାକିରୀ ବିଷୟକ ପ୍ରଶିକ୍ଷଣ ଦିଆଯାଉଅଛି । ପ୍ରଶିକ୍ଷଣର ସମୟସୀମା ହେଉଛି ୬ ମାସ ଏବଂ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ମାସିକ ଟ.୫୦୦ ଛାତ୍ରବୃତ୍ତି ପ୍ରଦାନ କରାଯାଉଅଛି । ସଂପ୍ରତି କତାଶିଳ୍ପରେ ନିପୂଣ ୭୫ ଜଣ ମହିଳା କାରିଗର(ପାଞ୍ଚଟି ସ୍ୱୟଂସହାୟକ ଗୋଷ୍ଠୀ)ଙ୍କ କତାଶିଳ୍ପର ଉନ୍ନତିକରଣ ବିଷୟକ କାର୍ଯ୍ୟକ୍ରମ ବ୍ରହ୍ମପୁର ପୌରପାଳିକା ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି । ଏହାବ୍ୟତୀତ ‘କତାଶିଳ୍ପର ଥଇଥାନ’ ଯୋଜନା ଅନ୍ତର୍ଗତରେ ୧୫ ଜଣ କୁଶଳୀ କତାଶିଳ୍ପୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଲବଣ ଶିଳ୍ପ

ହୁମ୍ମା ଅଞ୍ଚଳରେ ୧୦ ଏକର ପରିମିତ ସ୍ଥାନରେ ରାଜ୍ୟ ସରକାର ଏବଂ ଲବଣ ବିଭାଗ, ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ଏକ ଆଦର୍ଶ ଲବଣ ଫାର୍ମ ସ୍ଥାପନ କରାଯାଇଅଛି । ଏହି ପ୍ରକଳ୍ପ ସିଏସ୍‌ଏମ୍‌ଆର୍‌ଆଇ, ଭାବାନଗର ଏବଂ ଗୁଜୁରାଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେଉଅଛି । ଏତଦ୍‌ବ୍ୟତୀତ ୨୩୪ ସଂଖ୍ୟକ ହିତାଧିକାରୀ ଚିହ୍ନଟ ହୋଇ ‘ନମକ୍‌ ମଜଦୁର ଆୱାସ ଯୋଜନା’(ଏନ୍‌ଏମ୍‌ଏୱାଇ) ଅନ୍ତର୍ଗତ ଆବାସ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୭ଟି ଘର ସମ୍ପୂର୍ଣ୍ଣ ହୋଇଅଛି । ଏହାବାଦ ୧୦୭ ଜଣ ହିତାଧିକାରୀଙ୍କୁ ଏକାଦଶ ପଞ୍ଚବାର୍ଷିକ ଯୋଜନା ଅନ୍ତର୍ଗତଏନ୍‌ଏମ୍‌ଏୱାଇ ଗୃହ ପାଇବାଲାଗି ଚିହ୍ନଟ କରାଯାଇଅଛି । କେନ୍ଦ୍ର ସରକାରଙ୍କ ନିକଟରୁ ଅନୁମତି ପାଇବାପରେ ଏହି ଗୃହ ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ହେବ ।

ପଞ୍ଚାୟତ ସମିତି ଶିଳ୍ପାଞ୍ଚଳ

ଜିଲ୍ଲାରେ ଏକମାତ୍ର ପଞ୍ଚାୟତ ସମିତି ଶିଳ୍ପ (ପିଏସ୍‌ଆଇ) ରହିଅଛି । ଯାହା ‘ମହାବୀର କାରପେଣ୍ଟରୀ ଇଣ୍ଡଷ୍ଟ୍ରିୟାଲ କୋ-ଅପରେଟିଭ ସୋସାଇଟି ଲିଃ’ ନାମରେ ଛତ୍ରପୁର ଅଞ୍ଚଳରେ ସନ୍ତୋଷଜନକ ଭାବରେ କାର୍ଯ୍ୟକରୁଅଛି । ଏହି ସଂସ୍ଥାରେ କାଠ ଆସବାବପତ୍ର, କବାଟ, ସଟର୍‌ ଏବଂ ଏମ୍‌ଏସ୍‌ ଜିନିଷମାନ ନିର୍ମାଣ କରାଯାଉଅଛି । ଏଠାରେ ୪୨ ଜଣ କାରିଗର କାର୍ଯ୍ୟକରୁଛନ୍ତି । ଏହାର ଉତ୍ପାଦନ ଏବଂ ବିକ୍ରୟ କାରବାର ବିଷୟକ ଏକକ ନିମ୍ନରେ ପ୍ରଦତ୍ତ-

୨୦୧୨ ଉତ୍ପାଦନ କାରବାର (ଟଙ୍କାରେ) ୧୨୧୦୭୫୮, ବିକ୍ରୟ କାରବାର (ଟଙ୍କାରେ)୧୦୩୭୨୪୫, ସମୂଳ ଲାଭ (ଟଙ୍କାରେ)୮୬,୬୧୮ ।

ମୁଖ୍ୟ କାର୍ଯ୍ୟାଳୟ ଠିକଣା

ସାଧାରଣ ପରିଚାଳକ, ଜିଲ୍ଳା ଶିଳ୍ପାଞ୍ଚଳ, ଗଞ୍ଜାମ, ବ୍ରହ୍ମପୁର

ସା.-ଶିଳ୍ପାଞ୍ଚଳ, ଆଙ୍କୁଲି, ବ୍ରହ୍ମପୁର, ଡାକ- ବ୍ରହ୍ମପୁର

ଡାକ ସଂଖ୍ୟା-

ଗଞ୍ଜାମ, ଓଡ଼ିଶା, ଭାରତ

ଦୂରଭାଷ-୦୬୮୦-୨୨୯୦୭୧୫, ଫ୍ୟାକ୍ସ-୦୬୮୦-୨୨୯୦୭୧୪

ଇମେଲ୍‌-dicgan@nic.in