ଅଲିଭ ରିଡ଼ଲେ କଇଁଚ ଋଷିକୁଲ୍ୟା
ନିର୍ଦ୍ଦେଶଓଡ଼ିଶାର ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ବିଲୁପ୍ତପ୍ରାୟ ଅଲିଭ ରିଡଲେ କଇଁଚ ଙ୍କ ସାମୁହିକ ଅଣ୍ଡାଦାନ ନିମନ୍ତେ ପ୍ରଶସ୍ତ ।ଏହି ବିଲୁପ୍ତପ୍ରାୟ ଜାତି ଫେବୃୟାରୀ ମାସର ତୃତୀୟ ସପ୍ତାହଠାରୁ ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଅଣ୍ଡାଦାନ ପାଇଁ ଦଳଦଳ ହୋଇ ମାଡ଼ିଆସନ୍ତି । ଓଡିଶା ର ଏହି ଉପକୂଳସ୍ଥ ବେଳାଭୂମି ଅଲିଭ ରିଡ଼ଲେ କଇଁଚଙ୍କ ସାମୁହିକ ଅଣ୍ଡାଦାନ ପାଇଁ ପୃଥିବୀ ପ୍ରସିଦ୍ଧ । ଗତବର୍ଷ ପ୍ରାୟ ୩.୮ ଲକ୍ଷ୍ୟ କଇଁଚ ଅଣ୍ଡାଦାନ ପାଇଁ ଆସିଥିଲେ । ଏ ବର୍ଷ ଏହି ସଂଖ୍ୟା ବୃଦ୍ଧି ହେବ ଆଶା କରାଯାଏ । ରାଜ୍ୟ ସରକାର ତଥା ଋଷିକୁଲ୍ୟା କଇଁଚ ସଂରକ୍ଷଣ କମିଟି ଏମାନଙ୍କ ସୁରକ୍ଷା ତଥା ସୁରକ୍ଷିତ ଅଣ୍ଡାଦାନ ନିମନ୍ତେ ସମୁଚିତ ପଦକ୍ଷେପ ନେଇଛନ୍ତି ।
ଫଟୋ ଗ୍ୟାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ଭୁବନେଶ୍ବର
ରେଳଗାଡ଼ିରେ
ନିକଟତମ ରେଲୱେ ସ୍ଟେଶନ : ଛତ୍ରପୁର
ସଡ଼କ ପଥରେ
ସଡକ ମାର୍ଗରେ ଛତ୍ରପୁର ଠାରୁ ୧୧ କି.ମି.