ବନ୍ଦ କରନ୍ତୁ

ଚିଲିକା(ରମ୍ଭା) – ଏକ ଲୁଣି ଉପହ୍ରଦ

ନିର୍ଦ୍ଦେଶ

ଓଡିଶାର ଉପକୂଳର ହୃତପିଣ୍ଡ ଭଳି ପ୍ରତୀୟମାନ ଚିଲିକା । ଏକ ସର୍ବବୃହତ ହ୍ରଦ ଯାହା ହୃଦୟରେ କିଛି ଦ୍ଵୀପକୁ ବହନ କରିଛି । ଏକ ୧୧୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ । ଏହା ତିନି ଗୋଟି ଜିଲ୍ଲାର ଉପକୂଳ ଯଥା, ପୁରୀ , ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ଉପକୂଳକୁ ସ୍ପର୍ଶ କରେ ଶେଷରେ ଏକ କ୍ଷୁଦ୍ର ମୁହାଣ ମଧ୍ୟଦେଇ ବଙ୍ଗୋପୋସାଗର ସହ ମିଶିଛି ଏବଂ ଏକ ଅପରୂପ ଉପହ୍ରଦ ସୃଷ୍ଟି କରୁଛି । ଏହା ମଧ୍ୟରେ ସବୁଜ ମାର୍କତ ମଣି ବର୍ଣ୍ଣ ସଦୃଶ ପର୍ବତ ତଥା ଦ୍ଵୀପ ଯଥା ହନିମୁନ୍ ଦ୍ଵୀପ ଏବଂ ବ୍ରେକଫାଷ୍ଟ ଦ୍ଵୀପ ବିଦ୍ୟମାନ ।

ଏହା ମଧ୍ୟରେ କାଳିଯାଇ ଭଳି ପ୍ରସିଦ୍ଧ ଉପାସନା ପୀଠ ତଥା ପର୍ଯ୍ୟଟନ ସ୍ଥଳ ଅବସ୍ଥିତ । ଏହା ଡଲଫିନ ଭଳି ଜଳଜୀବର ପେଣ୍ଠସ୍ଥଳ । ଏହି ଡଲଫିନ ଦେଖିବା ପାଇଁ ବହୁପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏହା ବହୁବିଧ ଜଳଜୀବଙ୍କ ଆଶ୍ରୟସ୍ଥଳ । ଏଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଅତ୍ୟନ୍ତ ମନୋରମ, ଏହା ପକ୍ଷୀ ମାନଙ୍କର ଏକ ଅଭୟାରଣ୍ୟ, ଶୀତଦିନେ ବହୁ ଦୁରଦୂରାନ୍ତ ଯଥା ସାଇବେରିଆ ଭଳି ଶୀତପ୍ରଧାନ ଅଞ୍ଚଳ ରୁ ବହୁ ପରିବ୍ରାଜୀ ପକ୍ଷୀ ଏଠାକୁ ଶୀତଦାଉରୁ ରକ୍ଷା ପାଇବା ପାଇଁ ଆସିଥାନ୍ତି । ବହୁ ବିଧ ମତ୍ସ୍ୟସମ୍ପଦପୂର୍ଣ୍ଣ ଏହି ଚିଲିକା ବହୁ ତଟଜୀବୀ ମତ୍ସ୍ୟଜୀବୀଙ୍କୁ ଜିବିକା ଯୋଗାଇଥାଏ । ଏହି ହ୍ରଦର ସୁଦୂର ବିସ୍ତାର ନୀଳ ଜଳରାଶିରେ ପ୍ରତ୍ୟହ ଶହ ଶହ ଡଙ୍ଗା ଆତଯାତ ହୋଇଥାନ୍ତି ।

ମାଛ ଚିଙ୍ଗୁଡ଼ି ଓ କଙ୍କଡ଼ା ଭଳି ଜଳଜୀବ ଧରାଯାଇ ବହୁ ଅଞ୍ଚଳକୁ ପଠାଯାଇଥାଏ । ଏଣୁ ଏହା ଏହି ଅଞ୍ଚଳର ଅଧିବାସୀଙ୍କ ଅର୍ଥିକ ଅବସ୍ଥାର ଉନ୍ନତିର ଏକ ପିଣ୍ଡ ସଦୃଶ । ପାହାଡ଼ ପର୍ବତ ଘେରା କୁଞ୍ଚିତ ଉପକୂଳ ବିଶିଷ୍ଟ ଏବଂ ସୁଦୀର୍ଘ ପ୍ରସାର ଜଳରାଶି ବିଶିଷ୍ଟ ଚିଲିକା ସୌନ୍ଦଯ୍ୟର ଏକ ଗନ୍ତାଘର ଯାହାକି ସୂର୍ଯୋଦୟ, ସୂର୍ଯ୍ୟାସ୍ତ ଏବଂ ମେଘ ମଣ୍ଡିତ ଆକାଶର ପ୍ରତିବିମ୍ବ ଧାରଣପୂର୍ବକ ନିଜର ରଙ୍ଗ ବଦଳାଇଥାଏ । ଏହା କବିଭାବୁକ ମାନଙ୍କ ମନରେ ସୃଜନାତ୍ମକ ଚିନ୍ତାଧାରାକୁ ସମୃଦ୍ଧିକରେ । ଏହି ଚିଲିକାକୁ ନେଇ କବିବର ରାଧାନାଥରାୟ ଲେଖିଛନ୍ତି ଚିଲିକା କାବ୍ୟ ଏବଂ ଦେଶସେବୀ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଏହି ଚିଲିକା ଉପରେ କାବ୍ୟ ଲେଖିଯାଇଛନ୍ତି । ଏହି ଚିଲିକାର ଜଳରାଶି ବଙ୍ଗୋପସାଗର ରୁ ବହି ଆସୁଥିବା ଧିର ବପନ ଦ୍ୱାରା ଆନ୍ଦୋଳିତ ଏବଂ ଏହି ପବନର ତାଳରେ ନୃତ୍ୟରତ ।

ଫଟୋ ଗ୍ୟାଲେରୀ

  • ଚିଲିକା ରେ ବିଭିନ୍ନ ଜଳଚର ପକ୍ଷୀ
  • ଚିଲିକା ରେ ନୌକା ବିହାର
  • ଚିଲିକା ରେ ଡଲଫିନ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

ରେଳଗାଡ଼ିରେ

ନିକଟତମ ରେଳ ସ୍ଟେଶନ : ବାଲୁଗାମ

ସଡ଼କ ପଥରେ

ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ଭୁବନେଶ୍ଵର ଯାଉଥିବା ଜାତୀୟ ରାଜପଥ ନମ୍ବର ୧୬ ରେ ରମ୍ଭା ଓ ବାରକୁଳ ମଧ୍ଯରେ ଅବସ୍ଥିତ