ବୁଦ୍ଧଖୋଲ – ପଞ୍ଚୁ ମହାଦେବ ମନ୍ଦିର
ନିର୍ଦ୍ଦେଶଗଞ୍ଜାମ ଜିଲ୍ଲାର ବୁଗୁଡା ଠାରୁ ତିନି କିଲୋମିଟର ଉତ୍ତରକୁ ଗଲେ ପଡେ ଏକ ଶୋଭାପୁର୍ଣ ସ୍ଥାନ “ବୁଦ୍ଧଖୋଲ” ଯେଉଁଠି ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ଲାଗିରହିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ବେଷ୍ଟିତ ଏହି ସ୍ଥାନରେ ଏକ ପର୍ବତର ଶିଖରରେ ପାଞ୍ଚଗୋଟି ମନ୍ଦିର ସାଦୃଶ୍ୟମାନ ଯାହା ପଞ୍ଚୁ ମହାଦେବ ମନ୍ଦିର ନାମରେ ପର୍ବତର ଉପରଭାଗରୁ ବହି ଆସୁଥିବା ଚିରସ୍ରୋତା ନିର୍ଝରିଣୀ ଏକ ପ୍ରାକୃତିକ ଜଳପ୍ରପାତ ସୃଷ୍ଟି କରିଥାଏ । ଏହି ସ୍ଥାନରେ ଦେଖାଯାଉଥିବା ବୌଦ୍ଧ ସନ୍ନ୍ୟାସୀ ସୂଚନାଦିଏ ଯେ, ପ୍ରାଚୀନ କାଳରେ ଏଠାରେ ବୌଦ୍ଧ ସଂସ୍କୃତି ଗଢି ଉଠିଥିଲା । ଏହି ସ୍ଥାନଠାରୁ ଅନତିଦୂରରେ ଥିବା ଗୁମ୍ଫାମାନଙ୍କ ମଧ୍ୟରୁ ଗୋଟିଏ ଗୁମ୍ଫା “ସିଦ୍ଧଗୁମ୍ଫା” ନାମରେ ନମିତା ଯେଉଁଠି ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ଦୀର୍ଘଦିନ ଧରି ତପସ୍ୟାରତ ଥିଲେ । ଶିବରାତ୍ରି ଓ କରତିକ ପୁର୍ଣ୍ଣିମାଦିନ । ଏଠାରେ ମନ୍ଦିରମାନଙ୍କରେ ପୂଜାର୍ଚ୍ଚନା ନିମିତ୍ତ ବହୁଜନ ସମାଗମ ହୁଏ ।
ଜିଲ୍ଲା ମୁଖ୍ୟାଳୟ : ଛତ୍ରପୁର
ରାଜ୍ୟ ରାଜଧାନୀ : ଭୁବନେଶ୍ଵର
ଫଟୋ ଗ୍ୟାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର
ରେଳଗାଡ଼ିରେ
ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର
ସଡ଼କ ପଥରେ
ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୭୩ କି.ମି.